୧୫ ଦିନ ପରେ ହୋସକୁ ଫେରିଲେ ରାଜୁ

ନୂଆଦିଲ୍ଲୀ: ୧୫ ଦିନ ପରେ ହୋସ ଫେରିଲା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ। ଗତ ଦୁଇ ସପ୍ତାହ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ହୋସ ଆସିବା ଖବର ଜଣାପଡିବା ପରେ ଫ୍ୟାନ୍ସ, ପରିବାର ବର୍ଗ, ବନ୍ଧୁ ପରିଜନ ତଥା ତାଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସି।

ରାଜୁଙ୍କ ୧୫ ଦିନର ଅଚେତ ଅବସ୍ଥାରୁ ଗୁରୁବାର ସକାଳ ୮.୧୦ ମିନିଟରେ ଚେତାକୁ ଫେରିଛନ୍ତି। ଏହା ପରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜୁଙ୍କ ପିଆରଓ। ସେ ଚେତାକୁ ଫେରିବା ଖବର ପାଇବା ପରେ କମେଡି ସର୍କସର ବନ୍ଧୁ ସୁନୀଲ ପାଲ ଟ୍ବିଟ କରି ନିଜ ଖୁସି ଜାହିର କରିଛନ୍ତି।

ସୁନିଲ ତାଙ୍କ ଟ୍ବିଟରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ସେ କହିଛନ୍ତି, ଏକ ଶୁଭ ଖବର, ରାଜୁ ଶ୍ରୀବାସ୍ତବ ହୋସକୁ ଆସିଛନ୍ତି। ମୁଁ କହୁଥିଲି ନାହିଁ ଚକତ୍କାର ହେବ। ପରମାତ୍ମା ହାସ୍ୟକାରକୁ ନିରାଶ କରି ପାରିବ ନାହିଁ। ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରୁଥିଲେ। ଆଗକୁ ସୁନିଲ ପ୍ରାର୍ଥନା କରିଛନ୍ତି କି, ରାଜୁ ହଜାର ବର୍ଷ ଜୀଇଁଥାନ୍ତୁ।

କିଛି ଦିନ ପୂର୍ବରୁ ରାଜୁଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ କହିଥିଲେ କି, ତାଙ୍କ ବ୍ରେନ ଡେଡ ସ୍ଥିତିକୁ ଚାଲିଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *