ଛାଡିଛି ବନ୍ୟା: କମିନି ଚାଷୀଙ୍କ ଦୁର୍ଦ୍ଦଶା

ଯାଜପୁର: ବନ୍ୟା ଛାଡିଛି ହେଲେ କମିନି ଚାଷୀଙ୍କ ଦୁର୍ଦ୍ଦଶା । ବନ୍ୟା ଯୋଗୁଁ  ଯାଜପୁର ବ୍ଲକର ବ୍ୟାପକ ଅଂଚଳ ପ୍ରଭାବିତ ହୋଇଛି। ଚାଷ ଜମି ସବୁ ନଷ୍ଟ ହୋଇଯାଇଛି । ଯେଉଁଥିପାଇଁ ଚିନ୍ତାରେ ଚାଷୀ ।

ବନ୍ୟା ବଢାଇଛି ଚାଷୀଙ୍କ ଦୁର୍ଦ୍ଦଶା । ବନ୍ୟା ତ ଛାଡିଯାଇଛି । ହେଲେ ଏହାର ପ୍ରଭାବ ପଡିଛି ଚାଷୀଙ୍କ ଉପରେ । ବୈତରଣୀ ଓ ଏହାର ଶାଖା ନଦୀରେ ବନ୍ୟା ଆସିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାଷ ଜମିରେ ବନ୍ୟା ଜଳ ମାଡି ସମ୍ପୂର୍ଣ୍ଣ ଚାଷ ନଷ୍ଟ ହୋଇଛି। ଯାଜପୁର ଓ ଦଶରଥପୁର ବ୍ଲକର ବ୍ୟାପକ ଅଂଚଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଫସଲ ହାନି ହୋଇଛି । ପ୍ରାୟ ୨୦ରୁ ଉର୍ଦ୍ଧ ପଂଚାୟତରେ ଚାଷକାର୍ଯ୍ୟ ପ୍ରଭାବିତ ହୋଇଛି । ବିଶେଷ କରି ଧାନ ଚାଷ ପ୍ରଭାବିତ ହୋଇଛି । ଏବେ ଧାନ ରୁଆ, ପୋତା ସମୟ ହୋଇଥିବା ବେଳେ ରୁଆ ହୋଇଥିବା ଧାନ ବନ୍ୟା ପାଣିରେ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ କୂଳ ।

ଚଳିତ ବର୍ଷବନ୍ୟା ଯୋଗୁଁଧାନ ଅମଳର କୌଣସି ସମ୍ଭାବନା ନଥିବା ବେଳେ ଚାଷୀ ମାନେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ପ୍ରଶାସନ ଓ ସରକାରଙ୍କ ପକ୍ଷରୁ କେତେ ସାହାଯ୍ୟ ବା ସହାୟତା ମିଳିବ ତାକୁ ସମସ୍ତଙ୍କ ଅପେକ୍ଷା ରହିଛି । ସେପଟେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ ଚାଲିଛି । ଆସନ୍ତା ୩୦ ତାରିଖ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଆସିଲା ପରେ ରିଲିପଂ କମିଶନରଙ୍କ ନିକଟକୁ ପଠାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

ଗୋଟିଏ ପଟେ ବାତ୍ୟା, ବନ୍ୟାଭଳି ପ୍ରାକୃତିକ ବର୍ଷା ଯୋଗୁଁ ପ୍ରତିବର୍ଷ ଚାଷୀ କ୍ଷତି ସହୁଥିବା ବେଳେ ଅନ୍ୟପଟେ ସରକାରୀ ସହାୟତା ଅପେକ୍ଷାରେ ଚାଷୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *