ଅଜାଙ୍କ ପ୍ରେରଣାରେ ରୂପଶ୍ରୀ ସାଜିଛନ୍ତି ପୋଖତ କାରିଗର

ନୂଆପଡା: ଚିତ୍ର ଓ ମୂର୍ତ୍ତି ଗଢିବାର ନିଖୁଣ କଳାର ପ୍ରଦର୍ଶନ । ଅଜାଙ୍କ ଠାରୁ ଅନୁପ୍ରାଣିତ ହୋଇ ଆକର୍ଷଣୀୟ ମୂର୍ତ୍ତି ଗଢିଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ସହର ରୂପଶ୍ରୀ ବାରିକ । କୋଭିଡ ସମୟରେ ଘରେ ଥାଇ ସେ ବିଭିନ୍ନ ଚିତ୍ର ଓ ମୂର୍ତ୍ତି ଗଢିଥିବାବେଳେ ଏବେ ଗଣେଶ ପୂଜା ପାଇଁ ଗଣେଶ ମୂର୍ତ୍ତି ଗଢି ସେ ବେଶ ପ୍ରଶଂସା ସାଉଁଟିଛନ୍ତି ।

ଭଳିକି ଭଳି ଚିତ୍ର ସାଙ୍ଗକୁ ଭଳିକି ଭଳି ମୂର୍ତ୍ତି । ବେଶ ନିଖୁଣ ଭାବେ ଚିତ୍ର ଆଙ୍କିବା ସାଙ୍ଗକୁ ମୂର୍ତ୍ତି ତିଆରି କରୁଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ସହର ରୂପଶ୍ରୀ ବାରିକ । କଥାରେ ଅଛି ଦୃଢ ଇଚ୍ଛା ଶକ୍ତି ବଳରେ ଅସାଧ୍ୟ ବି ସାଧ୍ୟ ହୁଏ । ଯାହା ରୂପଶ୍ରୀଙ୍କ ଠାରେ ଦେଖିବାକୁ ମିଳିଛି । ତାଙ୍କ ଅଜା ଜଣେ ମୂର୍ତ୍ତି କାରିଗର ଥିବାବେଳେ ସେ ତାଙ୍କ ଅଜାଙ୍କ ଠାରୁ ଅନୁପ୍ରାଣିତ ହୋଇ ମୂର୍ତ୍ତି ଗଢିବା ଆରମ୍ଭ କରିଥିଲେ । ଯାହା ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆଗକୁ ଗଣେଶ ପୂଜା ଆସୁଥିବା ବଳେ ସେ ଗଣେଶ ମର୍ତ୍ତି ତିଆରି କରି ତାଙ୍କ ନିଖୁଣ କଳାର ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ରୂପଶ୍ରୀଙ୍କୁ ଲାଗିଛି ୨୦ ଦିନ ସମୟ ଲାଗିଥିବାବେଳେ ସାଇ ପଡିଶା ଏବଂ ସାଙ୍ଗସାଥିଙ୍କ ଠାରୁ ପ୍ରଶଂସା ସାଉଁଟିଛନ୍ତି ରୂପଶ୍ରୀ । 

କେବଳ ଗଣେଶ ମୂର୍ତ୍ତି ନୁହେଁ ,ଏହା ପୂର୍ବରୁ ସେ ଜଗନ୍ନାଥଙ୍କ ମୂର୍ତ୍ତି ମଧ୍ୟ ଗଢିଛନ୍ତି । ବିଭିନ୍ନ ଦେବାଦେବୀ ସାମଗ୍ରୀର ଚିତ୍ର ଆକିଂବା ସହ ସୈାଖିନ ସାମଗ୍ରୀ ତିଆରି କରିଛନ୍ତି । କଳା କ୍ଷେତ୍ରରେ ଲୁକ୍କାୟିତ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଲକ୍ଷ୍ୟ ନେଇ ସେ ନିଜ ଉଦ୍ୟମରେ ଏକ ଆର୍ଟ ସ୍କୁଲ ଖୋଲି ପାରିଛନ୍ତି।

ତେବେ ରୂପଶ୍ରୀ ତାଙ୍କ କଳା ପାଇଁ ପ୍ରଶଂସା ସାଉଁଟିଥିବା ବେଳ ଏହା ଏବେ ଅନ୍ୟ ଝିଅଙ୍କ ପାଇଁ ପ୍ରେରଣା ଯୋଗାଇବ ।

ବିମଳ ସିଂ ଦଳପତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *