ପିହୁ ସମ୍ପର୍କରେ ସୂଚନା ଦାତାଙ୍କୁ ମିଳିବ 5 ଲକ୍ଷ

ଯାଜପୁର: ବହୁ ଚର୍ଚ୍ଚିତ ପିହୁ ନିଖୋଜ ମାମଲାର ଦୁଇ ବର୍ଷ ପରେ ପୋଲିସର ତତ୍ପରତା ପ୍ରକାଶ ପାଇଛି। ପିହୁ ସମ୍ପର୍କରେ ସୂଚନା ଦାତାଙ୍କୁ 5 ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛି ପୋଲିସ। ଏନେଇ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଜାରି କରାଯାଇଛି। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁରର ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ଏହାକୁ ଅପହରଣ ବୋଲି ଅଭିଯୋଗ କରିଥିଲେ। ନିକଟରେ ଭୁବନେଶ୍ୱର ସ୍ଥିତ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଫିସ ସମୁଖରେ ଧାରଣା ପରେ ପୋଲିସ ପିହୁକୁ ଖୋଜିବା ପାଇଁ ତତ୍ପରତା ପ୍ରକାଶ କରିଛି। ସେପଟେ ପିହୁକୁ ଖୋଜିବା ପାଇଁ ପୋଲିସ ଉପରେ ଭରସା ନାହିଁ ସେଥିପାଇଁ ଘଟଣାର ସିବିଆଇ ତଦନ୍ତ କରିବାକୁ ପିହୁର ମା ମୋନାଲିସା ଦାବି କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *