ହୋଟେଲରେ ଅଗ୍ନିକାଣ୍ଡ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଭୟାବହ ଅଗ୍ନିକାଣ୍ଡ। ହଜରତ୍‌ଗଞ୍ଜରେ ଅବସ୍ଥିତ ଲେଓ୍ୱାନା ନାମକ ଏକ ହୋଟେଲରେ ନିଆଁ ଲାଗିଥିବା ସୂଚନା। ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ତେବେ ହୋଟେଲ ମଧ୍ୟରେ ଅନେକ ଲୋକ ଫସି ରହିଥିବା ବେଳେ ଝରକା ଦ୍ୱାରା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଯାଏଁ ସୁରକ୍ଷିତ ଭାବେ ୨୪ ଲୋକଙ୍କୁ ଉଦ୍ଧାର କରାଯାଇଛି। ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୧୦ଟି ହସ୍ପିଟାଲକୁ ଆଲର୍ଟ କରାଯାଇଛି। ଫସି ରହିଥିବା ଲୋକ ହୋଟେଲ ନିକଟରେ ଭିଡ ଜମାଇଥିବା ବେଳେ ଶାନ୍ତି ବଜାୟ ରଖିବାକୁ ସ୍ଥାନୀୟ  ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *