ଜଳାଭିଷେକ ହେଲା ଶୋକାଭିଷେକ

Spread the love

କୋଲକାତା: ଶ୍ରାବଣ ମାସରେ ଶିବଙ୍କ ପାଖରେ ଜଳ ଲାଗି କଲେ  ମନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ବିହାର, ଛତିଶଗଡ, ଝାଡଖଣ୍ଡରେ ଶିବଙ୍କ ପାଖରେ ପାଣି ଢାଳିବା ବହୁ ବର୍ଷରୁ ଛାଲି ଆସିଛି । ଏଥିପାଇଁ ଶହ ଶହ କିଲୋମିଟର ଚାଲି ଚାଲି ଭକ୍ତ ମାନେ ପାଣି ଢାଳିଥାନ୍ତି । ବହୁ ବର୍ଷ ପୂର୍ବେ ଓଡିଶାରେ ଶିବ ଭକ୍ତ ମାନେ ପାଣି ଢାଳିବା ପାଇଁ ମହାନଦୀରୁ ପାଣି ଉଠାଇ ପ୍ରସିଦ୍ଧ ଶୈବ ପୀଠରେ ଜଳ ଲାଗି କରୁଥିଲେ । କାଳକ୍ରମେ ଏହା ବ୍ୟାପିବାରେ ଲାଗିଲା । ପ୍ରସିଦ୍ଧ ଶୈବ ପୀଠକୁ ଛାଡିଦେଲେ ମଧ୍ୟ ବିଭିନ୍ନ ଶିବ ମନ୍ଦିରରେ ପାଣି ଢାଳିଥିଲେ । ଏହି ପରମ୍ପରା ବୋଲବମ ନାମରେ ପ୍ରସିଦ୍ଧି ଲାଭ କଲା । କିଛି ଭକ୍ତି ଭାବନା ନେଇ ପାଣି ନେଇ ଯାଉଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ଏକ ଫ୍ୟାସନରେ ପରିଣତ ହୋଇଛି । ବୋଲବମ ଭକ୍ତଙ୍କ ସଂଖ୍ୟା ବଢିବା ସହିତ ଶ୍ରାବଣ ମାସରେ ବୋଲବମ ସାମଗ୍ରୀର ବେପାର ମଧ୍ୟ ବଢିଲା । ବୋଲବମ ଭକ୍ତଙ୍କୁ ସେବା ଯୋଗାଇ ଦେବା ପାଇଁ ରାସ୍ତାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ତେବେ ଏହି ଟ୍ରେଣ୍ଡ ପରେ  ଶ୍ରାବଣ ସୋମବାରେ ଘଟୁଛି ଅଘଟଣ । ସୋମବାର ହେଲା ଜୀବନର ଶେଷ ବାର ।  ଘଟିଲା ଦୁର୍ଘଟଣା । ମୃତ୍ୟୁବରଣ କଲେ  କାଉଡିଆ । ଶିବଙ୍କ ଦର୍ଶନ କରି ଜଳଲାଗି କରିବା ପାଇଁ ବାହାରିଥିଲେ ଏକ ଦଳ କାଉଡିଆ। କିନ୍ତୁ ଏହା ହେଲା କାଉଡିଆଙ୍କ ଶେଷ ଯାତ୍ରା । ଜଳାଭିଷେକ ଶୋକାଭିଷେକରେ ପରିଣତ ହେଲା ।  ଜୀବନ୍ତ ଜଳିଗଲେ ୧୦ କାଉଡିଆ । ଏହି ଖବର ବୋଲବମ ଭକ୍ତ ଓ ମୃତକଙ୍କ ପରିବାର ପାଇଁ ଦୁଃଖ ଆଣିଦେଇଛି ।  ପଶ୍ଚିମବଙ୍ଗ କୁଚବିହାରେ ଏହି ବଡ ଅଘଟଣ ଘଟିଛି । ଏକ ପିକଅପ ଭ୍ୟାନରେ କାଉଡିଆ ମାନେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।

ପିକଅପ ଭ୍ୟାନରେ ଥିବା ଜେନରେଟେରରୁ ସଟସର୍କିଟ ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଛି । 

ଆଜି ଶ୍ରାବଣ ସୋମବାର ଥିବାରୁ ଗତକାଲି ରାତିରେ ଏକ ପିକଅପ ଭ୍ୟାନରେ କାଉଡିଆ ମାନେ ଜଳପେଶ ଶିବ ମନ୍ଦିରକୁ ଜଳ ଲାଗି କିରବା ପାଇଁ ଯାଉଥିଲେ । ସେହି ପିକଅପ ଭ୍ୟାନରେ ଜେନରେଟେର ଲାଗିଥିଲା । ଜେନେରେଟର  ସର୍ଟସର୍କିଟ ହେବାରୁ ରାତି ପାଖାପାଖି ୧୨ ଟା ବେଳେ ଏପରି ଏକ ବଡ ଦୁର୍ଘଟଣା ଘଟିଥିଲା । ଗୋଟିଏ କଥା ମନକୁ ଆସୁଛି ଯେତେବେଳେ ଦୁର୍ଘଟଣା ଘଟିଲା କାଉଡିଆ ମାନେ ଜାଣିପାରିଲେ ନାହିଁ କେମିତି । ନା ପରିସ୍ଥିତି ଏପରି ଥିଲା ଯେ ଜୀବନ ବଞ୍ଚାଇବା ସମ୍ଭବ ନଥିଲା । ଏତେ ସଙ୍ଖ୍ୟକ କାଉଡିଆଙ୍କ ଜୀବନ ଚାଲିଯିବା ବାସ୍ତବରେ ଦୁଖଃଦ ଘଟଣା । ସତର୍କତା ଅଭାବରୁ ନା ସମସ୍ତେ ଶୋଇଥିବା ଅବସ୍ଥାରେ ଦୁର୍ଘଟଣା ଘଟିବାରୁ  ପରିସ୍ଥିତି ସମ୍ପର୍କରେ ଜାଣିବା ବେଳକୁ ବହୁ ଡେରି ହୋଇଯାଇଥିଲା । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ୍ୟୁ ସଙ୍ଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ସଠିକ ତଥ୍ୟ ମିଳିବ । ଜଳାଭିଷେକ ଶୋକାଭିଷେକରେ ପିରଣତ ହେଲା ।

  • ସ୍ମରଜିତ ଆର୍ଯ୍ୟ ନକ୍ଷତ୍ର ନ୍ୟୁଜ୍

Leave a Reply

Your email address will not be published. Required fields are marked *