ଭୁବନେଶ୍ବର ବିମାନ ବନ୍ଦରରେ ବଂଶଲ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ। ମଧ୍ୟାହ୍ନରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିଛନ୍ତି। ବଂଶଲଙ୍କ ସ୍ବାଗତ ପାଇଁ ରାଜ୍ୟ ବିଜେପି ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି। ତାଙ୍କୁ ଦଳର ବହୁ ବରିଷ୍ଠ ନେତା ବିମାନ ବନ୍ଦରରେ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

ସୋମବାର ମଧ୍ୟାହ୍ନରେ ରାଜ୍ୟ ବିଜେପି ପ୍ରଭାରୀ ସୁନିଲ ବଂଶଲ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ବଂଶଲ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ବିମାନ ବନ୍ଦର ବିଜେପି ନେତା ଓ କର୍ମଙ୍କ ଗହଳିରେ ଫାଟିପଡୁଥିବା ଦେଖିବାକୁ ମିଳିଛି। ବଂଶଲ ଦୁଇ ଦିନ ପାଇଁ ଓଡିଶା ଗସ୍ତ କରିଛନ୍ତି।

ବଂଶଲ ରାଜ୍ୟ ପ୍ରଭାରୀ ଦାୟିତ୍ବ ନେବା ପରେ ଏହା ପ୍ରଥମ ଗସ୍ତ। ସେ ଦୁଇ ଦିନ ପାଇଁ ଓଡିଶା ଗସ୍ତ କରିଛନ୍ତି। ଏହି ସମୟରେ ସେ ଦଳର କର୍ମକର୍ତ୍ତାଙ୍କ ସହ ଆସନ୍ତା ୨୦୨୪ ନିର୍ବାଚନକୁ ନେଇ ଆଲୋଚନା କରିବା ସହ କେନ୍ଦ୍ରୀୟ ରଣନୀତିକୁ କିପରି ଫଳପ୍ରସୂ କରାଯାଇ ପାରିବ ତା ଉପରେ ଗୁରୁମନ୍ତ୍ର ଦେବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *