ପିମ୍ପୁଡ଼ି ମାରିବାକୁ ମେଡିସିନ ସ୍ପ୍ରେ କରୁଛି ପ୍ରଶାସନ

ପିପିଲି: ଲାଲ ପିମ୍ପୁଡ଼ି ଆତଙ୍କ ରେ ଗାଁ ଛାଡ଼ିଲେଣି ଲୋକେ, ତିନୋଟି ପରିବାର ଏବେ ପିମ୍ପୁଡ଼ି ଦାଉରୁ ରକ୍ଷା ପାଇବା ପାଇଁ ଘର ତାଲା ପକାଇ ଗାଁ ଛାଡ଼ିଲେଣି! ପିପିଲି ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣ ସାହିରେ ଗତ ୧୫ରୁ ୨୦ଦିନ ହେଲାଣି ପିମ୍ପୁଡ଼ି ଙ୍କ ଦୌରାତ୍ମ୍ୟ ଏତେ ବଢ଼ିଯାଇଛି ଲୋକେ ଅତିଶୟ ହୋଇ ପଡିଲେଣି I  ସେପଟେ ପ୍ରଶାସନ ପକ୍ଷ୍ୟରୁ ପିମ୍ପୁଡ଼ି ମାରିବା ପାଇଁ ସ୍ପ୍ରେ କରାଯାଉଥିବାବେଳେ ଯାଥା ଶୀଘ୍ର ପିମ୍ପୁଡି ଆତଙ୍କ ରୁ ଲୋକମାନକୁ ଉଧାର କରାଯିବ କହିଛନ୍ତି ପିପିଲି BDO I

ପିମ୍ପୁଡ଼ି କାମୁଡ଼ାରେ ଗୋଡ଼ ଘା ହେଲାଣି।  ଘରଦ୍ୱାର, ରାସ୍ତା, ରୋଷେଇ ଘର ଠୁ ଆରମ୍ଭ କରି ଶୋଇବା ବିଛଣା ପର୍ଯ୍ୟନ୍ତ ଦଖଲ କଲେଣି ଲାଲ ପିମ୍ପୁଡ଼ି ! ସେଥିପାଇଁ କାନ୍ଧରେ ଡ୍ରମ୍ ଧରି ପିମ୍ପୁଡ଼ି ମାରିବା ପାଇଁ ମେଡିସିନ ସ୍ପ୍ରେ କରୁଛି ପ୍ରଶାସନ।  ଲୋକେ ଠିକ୍‌ରେ ଶୋଇ ପାରୁ ନାହାଁନ୍ତି I ପୁରୀ ଜିଲ୍ଲା ପିପିଲି ବ୍ଲକ ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣ ସାହିର ଏଭଳି ସ୍ଥିତି I ଗାଁ ଲୋକେ ବାହାରକୁ ଯିବା ବେଳେ ଗୋଡ଼ରେ ପଲିଥିନ ଜରି ବାନ୍ଧି ଯାଉଥିବା ଚିତ୍ର, ସ୍ପଷ୍ଟ ଭାବେ ବୟାନ କରୁଛି ଯେ ବାସ୍ତବ ରେ ଏ ଲାଲ୍ ପିମ୍ପୁଡ଼ିଙ୍କ ପ୍ରଭାବ ରେ ଗ୍ରାମବାସୀ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି !  ସେପଟେ ପ୍ରଶାସନ ଯଦି ଯଥାଶୀଘ୍ର ପିମ୍ପୁଡ଼ି ଆତଙ୍କ ର ପ୍ରତିକାର ନକରନ୍ତି ତେବେ ସମୂହ ଗ୍ରାମବାସୀ ଗାଁ ଛାଡ଼ିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି!

ଆଜି ଗ୍ରାମରେ ପହଂଚି ଥିଲେ ଓୟୁଏଟି ର ବୈଜ୍ଞାନିକ, ସ୍ଥାନୀୟ ବିଡିଓ ଓ ମେଡିକାଲ୍ ଅଫିସର I ପିମ୍ପୁଡ଼ି ସାମ୍ପୁଲ ସଂଗ୍ରହ କରି ବୈଜ୍ଞାନିକ ପରୀକ୍ଷା ପାଇଁ ନେଇଥିବା ବେଳେ ମେଡିକାଲ ପକ୍ଷରୁ ଲୋକଙ୍କୁ ଔଷଧ ବଣ୍ଟନ କରାଯାଉଥିବା ଗାଁ ରେ ଔଷଧ ସ୍ପ୍ରେ କରାଯାଉଛି I ଖୁବ ଶୀଘ୍ର ସ୍ଥିତି ଆୟତ୍ତକୁ ଆସିବ ବୋଲି କହିଛନ୍ତି ପିପିଲି ବିଡିଓ ରଶ୍ମିତା ନଥ I

ତେବେ ପ୍ରଶାସନ ପିମ୍ପୁଡ଼ି ଆତଙ୍କ ରୁ ଲୋକ ମାନଙ୍କୁ କେତେଶୀଘ୍ର ଉଧାର କରି ସ୍ଥିତି ରେ ସୁଧାର ଆଣୁଛି, ତାକୁ ଅପେକ୍ଷା।

ସନ୍ତୋଷ କୁମାର ପ୍ରଧାନଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *