ନୂଆଦିଲ୍ଲୀ: ଆୟକର ବିଭାଗକୁ କଂଗ୍ରେସର ସମ୍ପତ୍ତି ଓ ଖାତାର ସୂଚନା ଏକାଠି କରିବାର ନିର୍ଦ୍ଦେଶ ଦେବାକୁ ହୋଇଥିବା ଯାଚିକା ଉପରେ ସୁପ୍ରିମ କୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି। କୋର୍ଟଙ୍କ ମୁତାବକ ଏପରି ଯାଚିକା ଉପରେ ବିଚାର କରିବା ଉଚିତ ଲାଗୁ ନାହିଁ। ସୁପ୍ରିମ କୋର୍ଟ ଯାଚିକା କର୍ତ୍ତାଙ୍କୁ ଆଇନ ଅନ୍ତର୍ଗତ ଉପଲବ୍ଧ ବିକଳ୍ପକୁ ଆପଣେଇବାକୁ କହିଛନ୍ତି।
ଜିତେନ ସିଂହ ବିଶେନଙ୍କ ପକ୍ଷରୁ ବିଷ୍ଣୁ ଶଙ୍କର ଜୈନ କହିଥିଲେ କି, ଆୟକର ବିଭାଗକୁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ରାଜ୍ୟ ଓ ଅନ୍ୟ ସଂସ୍ଥା ଦ୍ବାରା ରଖାଯାଇଥିବା ସମ୍ପତ୍ତି ଓ ଖାତାର ବିବରଣୀ ଏକାଠି କରିବାକୁ ନିର୍ଦ୍ଦେଶ ଦିଆଯିବା ଆବଶ୍ୟକ। ଏଥିସହ ବିନା ରିହାତି ବକେୟା କରର ଆକଳନ କରିବାକୁ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now