ଜଳ ଭଣ୍ଡାରରେ ଖୋଲଲା ତିନୋଟି ଗେଟ

ଗଞ୍ଜାମ: ଗଞ୍ଜାମ ପାତ୍ରପୁର ବ୍ଲକ ବାଘଲଟି ଜଳ ଭଣ୍ଡାରରୁ ତିନୋଟି ଗେଟ ଖୋଲାଯାଇଛି।  ଜଳ ନିଷ୍କାସନ କରିବା ଦ୍ୱାରା ବାହୁଦା ନଦୀରେ ଜଳ ପ୍ରଭାବିତ ହେଉଛି। ବାହୁଦା ନଦୀର ଅଧିକ ଜଳ ପ୍ରଭାବିତ ହେବା ଫଳରେ ଚିକିଟି ବ୍ଲକ ଚାନ୍ଦପୁର ଗାଁର ଜଣେ ବୃଦ୍ଧା ନଦୀରେ  ଭାସି ଯାଇଥିବା ଅନୁମାନ କରାଯାଉଛି। ସେଇଭଳି ଲଘୁଚାପ ବର୍ଷା ଫଳରେ ପାତ୍ରପୁର ଅଞ୍ଚଳରେ ତିନୋଟି ଘର ଭାଙ୍ଗିଯାଇଛି। ପାତ୍ରପୁର ଏବଂ ଗଜପତି ଅଞ୍ଚଳରୁ ଦିଗପହଣ୍ଡି ଅଞ୍ଚଳକୁ ସଂଯୋଗ ପଥରେ ଥିବା ବାତରଡା ନାଳରେ ବନ୍ୟା ଜଳ ଆସି ରାସ୍ତାରେ ଯାତାୟାତ ବ୍ୟାଘାତ। ଭ୍ରମରପୁର ଗ୍ରାମ ପାର୍ଶ୍ୱରେ ଥିବା ବାତରଡା ପୋଲ ନିକଟରେ ବନ୍ୟା ଜଳ ଗ୍ରାମକୁ ସଂଯୋଗ ପଥର ମାଟିଧୋଇ ଦେବା ଫଳରେ ଯାତାୟାତ ସମସ୍ୟା ଉପୁଜିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *