ବିଜେପିକୁ ଟକ୍କର ଦେବାକୁ ଅଣ୍ଟା ଭିଡୁଛି ଶିବସେନା

ମୁମ୍ବାଇ: ବିଜେପି ସହ ଟକ୍କର ଦେବାକୁ ବାହାରିଛି ଶିବସେନା। ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଦଳ। ଉତ୍ତର ପ୍ରଦେଶରେ ବିଜେପିକୁ ଦୁର୍ବଳ କରିବା ପାଇଁ ସେଠାରେ ନିଜ ଦଳର ସଂଗଠନକୁ ମଜଭୁତ କରୁଛି। ଯାହାକୁ ନେଇ ରାଜ୍ୟର ୩୦ ଜିଲ୍ଲାରେ ଜିଲ୍ଲାମୁଖ୍ୟ ନିଯୁକ୍ତି କରିଛି ଦଳ। ଜିଲ୍ଲା ମୁଖ୍ୟଙ୍କ ନାଁ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ଶିବସେନା ସଭାପତି ଅନୀଲ ସିଂହ।

ଏହାସହ ଶିବସେନା ସଭାପତି ରାଜ୍ୟର ପ୍ରତି ଜିଲ୍ଲା ଭ୍ରମଣ କରିବେ। ଏବଂ ପ୍ରତି ଜିଲ୍ଲାରେ ନିର୍ବାଚନ ଲଢ଼ିବା ପାଇଁ ଦଳକୁ ମଜଭୁତ କରିବା ଦିଗରେ କାମ କରିବେ ବୋଲି ଅନୀଲ ସିଂହ କହିଛନ୍ତି। କେବଳ ଲୋକସଭା ନିର୍ବାଚନ ନୁହେଁ ଚଳିତ ବର୍ଷ  ହେବାକୁ ଥିବା ମ୍ୟୁନିସିପାଲ ନିର୍ବାଚନ ବି ଲଢିବ ଦଳ। ରାଜ୍ୟରେ ଶିବସେନାକୁ ମଜଭୁତ କରିବା ପାଇଁ ଦଳର ବଡ଼ ବଡ଼ ନେତା ବି ରାଜ୍ୟ ଭ୍ରମଣରେ ଆସି ଦଳକୁ ମଜଭୁତ କରିବେ ବୋଲି ରାଜ୍ୟ ସେନା ସଭାପତି ଅନୀଲ ସିଂହ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *