ଓଡ଼ିଶାଜାତୀୟ

ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ବର: ପୁଣିଥରେ ତାଣ୍ଡବ ରଚିବା ଆରମ୍ଭ କରିଦେଇଚି ଲଘୁଚାପ ଜନିତ ବର୍ଷା। କେବଳ ଉତ୍ତରାଖଣ୍ଡରେ ନୁହେଁ ଓଡ଼ିଶା, ଗୁଜୁରାଟ ଓ ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପଶ୍ଚିମ, ମଧ୍ୟ ଓ ତତସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ପ୍ରଦେଶ ତଥା ଓଡ଼ିଶାର ଦକ୍ଷିଣାଞ୍ଚଳରେ ଏକ ଲଘୁଚାପ ୱେଲ୍‌ମାର୍କରେ ପରିଣତ ହୋଇଛି।

ରବିବାର ସକାଳେ ଏହା ଅବପାତର ରୂପ ନେଇଛି । ଫଳରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି।  ଲଘୁଚାପ ଯୋଗୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ରାଜ୍ୟଗୁଡ଼ିକର ଉପକୂଳ ଅଞ୍ଚଳଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ସେହିପରି ଗୁଜୁରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ମଧ୍ୟ ଆସନ୍ତା ୫ ଦିନ ଧରି ପ୍ରବଳ ବର୍ଷା ହେବ । ଏହାସହ ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତିନି ଦିନ ଧରି ବର୍ଷା ହେବ। 

ଅନ୍ୟପଟେ ଦକ୍ଷିଣାଞ୍ଚଳ ରାଜ୍ୟ ତାମିଲନାଡୁ, ପୁଡ଼ୁଚେରୀ ଓ କରାଇକଲରେ ରବିବାର କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇପାରେ। ସେପ୍ଟମ୍ବର ୧୨ ତାରିଖରେ କେରଳ ଓ କର୍ଣ୍ଣାଟକରେ ବର୍ଷା ହେବାକୁ ଥିବା ବେଳେ ସେପ୍ଟେମ୍ବର ୧୩ ତାରିଖରେ ଗୁଜୁରାଟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave a Reply

Your email address will not be published.

Back to top button