ଜଳେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ ବିପଦ ସଂକେତ ସ୍ତର ୫.୫୦ ମିଟର ଥିଲାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬.୨୯ ମିଟରକୁ ଛୁଇଁଲାଣି। ଉପର ମୁଣ୍ଡରେ ୩ ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ମୟୁରଭଞ୍ଜ, ଶୁଳିଆପଦା, ମୁରୁଡା, ଚିତ୍ରଡା, ରସଗୋବିନ୍ଦପୁର ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ତେବେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେବାରୁ ତଳିଆ ଅଞ୍ଚଳ ଲୋକେ ଭୟଭୀତ ରହିଛନ୍ତି । ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ୧୩ଟି ପଂଚାୟତର ପ୍ରଭାବିତ ହେବାର ସମ୍ଭାବନା ରହିଛି
Naxatra News is now on Whatsapp
Join and get latest news update delivered to you via whatsapp
Join Now