କୁଆଖାଇ ପଠାରେ ସୂର୍ଯ୍ୟକିରଣ ସୋ ପାଇଁ ପ୍ରସ୍ତୁତି

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ  ପ୍ରଥମ  ଥର  ପାଇଁ ରାଜଧାନୀ  ଭୁବନେଶ୍ୱରରେ ହେବାକୁ ଯାଉଛି  ଏୟାର ସୋ l   ବାୟୁସେନା ପକ୍ଷରୁ ହେବାକୁ ଥିବା ଏହି ସୋ ର ନାମ ରଖାଯାଇଛି ସୂର୍ଯ୍ୟକିରଣ ଏୟାର ସୋ l  କୁଆଖାଇ  ନଦୀ ପଠାରେ ଏହି ସୋ ପାଇଁ ହେଉଛି  ବିଶାଳ  ଆୟୋଜନ। ପୋଲିସ କମିଶନର  ଏବଂ ଡିସିପି ନଦୀ  ପଠାରେ  ପହଂଚି  ଆଜି  ସ୍ଥିତି ଯାଞ୍ଚ  କରିବା  ସହ  ପୂର୍ତ୍ତ ବିଭାଗ ଏବଂ ପୋଲିସ ବିଭାଗ ସହ ସମୀକ୍ଷା କରିଛନ୍ତି l   ପ୍ରଥମଥର  ପାଇଁ ଆୟୋଜନ  ହେବାକୁ ଯାଉଥିବା  ଏହି ସୋ ରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ  ମୁଖ୍ୟ ଅତିଥି  ଭାବରେ  ଯୋଗ ଦେବେ l ଭିଭିଆଇପିଙ୍କ ସହ ପ୍ରାୟ ୧୨ଶହ ଲୋକଙ୍କ ବସିବା ପାଇଁ ହୋଇଛି ବ୍ୟବସ୍ଥା l ଏହି ସୋ ପାଇଁ ନଦୀପଠାର ଉଭୟ  ପାର୍ଶ୍ଵର ସିକ୍ୟୁରିଟି ବ୍ୟବସ୍ଥା କିଭଳି  ହେବ ସେ ନେଇ ସମୀକ୍ଷା କରିବା  ସହ ଟ୍ରାଫିକ ଏବଂ  ପାର୍କିଂ ପାଇଁ ଆବଶ୍ୟକସ୍ଥଳେ ଆଡ଼ଭାଈଜରୀ  ଜାରି  କରାଯିବ ଏବଂ ରାଜଧାନୀ ବାସୀ  ଏହାକୁ ଖୁବ  ଉପଭୋଗ  କରିବେ  ବୋଲି କହିଛନ୍ତି ପୋଲିସ କମିଶନର l

ଭୁନେଶ୍ବର: ଆସନ୍ତା ୧୬ ରେ କୁଆଖାଇ ନଦୀକୂଳରେ ହେବାକୁ ଥିବା ସୂର୍ଯ୍ୟକିରଣ ସୋ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି l ଗ୍ରାଉଣ୍ଡର ସ୍ଥିତି ପରଖିଛନ୍ତି ପୋଲିସ କମିଶନର ଓ ଡିସିପି। ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା କିପରି ହେବ ତାହାର  କରାଯାଇଛି ଯାଞ୍ଚ।

ଏୟାର ସୋ  ପାଇଁ ଆଜି  ବାୟୁସେନାର ଇଣ୍ଡକ୍ସନ ଟିମ ପହଂଚିବ ଭୁବନେଶ୍ୱର । ଏନ ୩୨ ବିମାନରେ ଆସିବ ଇଣ୍ଡକ୍ସନ ଟିମ୍‌ । ୧୩ ତାରିଖରେ ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ୍‌ ବିମାନ ଆସିବ । ସୋ’ରେ ୯ଟି ହକ୍‌ ବିମାନ ଅଂଶଗ୍ରହଣ କରିବ ସହ ୨ଟି ଷ୍ଟାଣ୍ଡ ବାଏ ରହିବ ବୋଲି ସୂଚନା  ରହିଛି l ଏହାସହ ରାଜଧାନୀରେ  ହେବାକୁ ଥିବା  ଏହି ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଉତ୍ସାହିତ ଅଛନ୍ତି  ଭୁବନେଶ୍ୱରବାସୀ l ପ୍ରଥମ ଥର  ପାଇଁ ବାଲିଯାତ୍ରା ପଡିଆରେ  ହେବାକୁ ଥିବା  ଏହି ସୋ ନିଶ୍ଚିତ ଭାବରେ  ସଫଳ  ହେବ ଓ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ସମସ୍ତେ ଆଶାବାଦୀ।

ପ୍ରଥମଥର  ରାଜଧାନୀରେ  ହେବାକୁ ଯାଉଥିବା  ଏୟାରଶୋ ସୂର୍ଯ୍ୟକିରଣକୁ ସଫଳ କରିବା ସହ ରାଜଧାନୀ ବାସୀଙ୍କ  ଉପଭୋଗ ପାଇଁ ନିଆଯାଉଛି ସମସ୍ତ ପ୍ରକାର  ପଦକ୍ଷେପ l ଯାହାକି ଆସନ୍ତା ୧୬ ତାରିଖରେ ସୁଚାରୁ  ରୂପେ ହେବ ବୋଲି ଆଶାବାଦୀ l

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *