ଲଘୁ ଖଣିଜ ଟେଣ୍ଡର ଫିକ୍ସିଙ୍ଗରେ ଭିଜିଲାନ୍ସ ତଦନ୍ତ

ମାଲକାନଗିରି: ମାଲକାନଗିରି ଲଘୁ ଖଣିଜ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ ମାମଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ତଦନ୍ତ। ମାଲକାନଗିରି ଖୋଳତାଡ କରୁଛି କଟକ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ। ଏହି ଟେଣ୍ଡର ଫିକ୍ସିଂ ପ୍ରକ୍ରିୟାରେ ସଂପୃକ୍ତ ଅଧିକାରୀଙ୍କୁ ପଚରାଉଚରା କରୁଛନ୍ତି। ଜୁନ୍ ୨୦୨୧ରେ ତତ୍କାଳିନ ଜିଲ୍ଲାପାଳ ୟେଦୁଲା ବିଜୟ, ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନୀକୁ ଅହତେୁକ ଅନୁକମ୍ପା ଦେଖାଇ ଜିଲ୍ଲାର ଅନେକ ଲଘୁ ଖଣି ଖଦାନ ଟେକି ଦେଇଥିବା ଅଭିଯୋଗ ହୋଇଥିଲା। ଲଘୁ ଖଣି ଖାଦାନର ନିଲାମି ଲାଗି ସ୍ଥାନୀୟ ତହସିଲଦାରମାନଙ୍କୁ କ୍ଷମତା ଦିଆଯାଇଥିବା ବେଳେ ଆନ୍ଧ୍ରର ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେଖାଇ ନିଜେ ଜିଲ୍ଲାପାଳ ଟେଣ୍ଡର ଆହ୍ୱାନ କରିଥିଲେ। ତିନି ଦିନ କାଳ ଟେଣ୍ଡର ବକ୍ସକୁ ନିଜ ଘରେ ରଖିଥିଲେ। ଚାଭା ବେଣୁଗୋପୋଳ ନାମକ ଏକ ଠିକାଦାରଙ୍କୁ ସହଯୋଗ କରାଯାଇଥିବା ଅଭିଯୋଗ ହୋଇଥିଲା। ଏବଂ ଏହି ସମୟରେ ବେଣୁଗୋପାଳଙ୍କ ବିଡ୍ ଡକ୍ୟୁମେଂଟକୁ ପରିବର୍ତନ କରାଯାଇଥିବା ଅଭିଯୋଗ କରିଥିଲା କଂଗ୍ରେସ। ଏନେଇ ଲୋକାୟୁକ୍ତରେ ମାମଲା ହୋଇଥିଲା। ଲୋକାୟୁକ୍ତ ଏହି ମାମଲାରେ ହସ୍ତକ୍ଷେପ କରି ଜିଲ୍ଲାପାଳଙ୍କ ବିରୋଧରେ ତଦନ୍ତ କରିବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଆବେଦନକାରୀ ଓକିଲ ନୃସିଂହ ଚରଣ ମାହାନ୍ତି। ତେଣୁ କଟକ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ମାଲକାନଗିରି ଆସି ଲଘୁ ଖଣିଜ ନିଲାମ ପ୍ରକ୍ରିୟାରେ ଜଡିତ ସମସ୍ତ ଅଧିକାରୀ, ନିଲାମଧାରୀଙ୍କୁ ପଚରାଉଚରା କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *