vigilance

  • ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର

    ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲା  ଭିଜିଲାନ୍ସ ଜାଲରେ। ଚିତ୍ତରଂଜନଙ୍କ ୯ଟି ସ୍ଥାନରେ ଭିଜିଲାନ୍ସ ଟିମର ଚାଲିଛି ତନାଘନା। ଏହି ସବୁ ସ୍ଥାନ ଉପରେ ପିଲ୍ଲାଙ୍କ ଘର, ଅଫିସ, ସର୍ମ୍ପକୀୟ ଘର ଓ ପୈତୃକ ଘର ରହିଛି।

    ଜଗତସିଂହପୁର ଡେପୁଟି କଲେକ୍ଟରଙ୍କ ନାମରେ ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ଅଭିଯୋଗ ଆଧାରରେ ଏହି ଚଢାଉ କରିଛି। ଚିତ୍ତରଂଜନଙ୍କର ଭୁବନେଶ୍ୱରର ମଞ୍ଚେଶ୍ୱରରେ ଥିବ ଫ୍ଳାଟ, ମଞ୍ଚେଶ୍ୱରର ରଙ୍ଗମାଠିଆରେ  ଥିବା ଏକ ଫ୍ଳାଟ ଓ ଚନ୍ଦକା ଅଞ୍ଚଳରେ ଥିବା ଫ୍ଳାଟ ସହ ବାଲେଶ୍ୱରର ୩ଟି ସ୍ଥାନ ଓ ଜଗତସିଂହପୁରର ୨ଟି ଜାଗା ଓ ସୋନପୁରରେ ଥିବା ବାସଭବନରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଛି। ଚଢାଉକାରୀ ଦଳରେ ୨ଜଣ ଡିଏସ୍‌ପିଙ୍କ ସହ ୧୪ ଇନ୍‌ସପେକ୍ଟର, ୬ ଏଏସ୍ଆଇ ଓ ଅନ୍ୟମାନେ ଅଛନ୍ତି। ।

  • ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଆଇଆଇସି

    ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା। ଚାର୍ଜସିଟରୁ ନାଁ କାଟିବାକୁ ସିନ୍ଧେକେଲା ଥାନାର ନିଜ ଚାମ୍ବରରେ ୨୫ ହଜାର ଟଙ୍କା ଲାଂଚ ନେବା ବେଳେ ଥାନା ଅଧିକାରୀଙ୍କୁ କାବୁ କରିନେଇଥିଲା ଭିଜିଲାନ୍ସ। ୨୦୨୦ର ଏକ ମାମଲାକୁ ନେଇ ଏବେ ଫସିଲେ ବାବୁ।

    ୨୦୨୦ ମସିହା ଚାନ୍ଦୋତରା ଏସବିଆଇ ବ୍ୟାଙ୍କର ଟଙ୍କା ହେରଫେର ମାମଲାର ତଦନ୍ତ ଥାନା ଅଧିକାରୀ ଆଲୋକଙ୍କ କାନ୍ଧରେ। ଏହି ମାମଲାର ଚାର୍ଜସିଟ୍‌ରେ ତତକାଳୀନ ବ୍ୟାଙ୍କ ମ୍ୟାନେଜର ଅଜିତ ଘଢେଇ ଓ ତାଙ୍କ ପତ୍ନୀଙ୍କ ନାଁ ଥିଲା। କିନ୍ତୁ ମ୍ୟାନେଜର ଏହି ମାମଲାରେ ତାଙ୍କ ପତ୍ନୀ ନିର୍ଦ୍ଦୋଶ ଦର୍ଶାଇ ତାଙ୍କ ନାମ ଚାର୍ଜସିଟ୍‌ରୁ କାଟିବାକୁ ଆଇଆଇସିଙ୍କୁ ଅନୁରୋଧ କରିଥିଲେ। ଆଇଆଇସି ଏହି କାମ କରିଦେବାକୁ ୫୦ ହଜାର ଟଙ୍କା ଦାବି କରିଥିଲେ। ତେବେ ପରେ ବହୁ ମୂଲଚାଲ ପରେ ଡିଲ ଫାଇନାଲ ହୋଇଥିଲା ୨୫ ହଜାର ଟଙ୍କାରେ।

    କିନ୍ତୁ ମ୍ୟାନେଜର ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଜିତ୍ ଟଙ୍କା ଦେଉଥିବା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ତାଙ୍କୁ ଧରିଥିଲା। ବଲାଙ୍ଗିର, ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢାଉ କରିଥିଲେ।

  • ନିର୍ବାହୀ ଯନ୍ତ୍ରୀଙ୍କ ୮ ସ୍ଥାନରେ ଚଢାଉ

    ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢାଉ। ସୋମବାର ସକାଳେ ଉଦଳା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ (RWSS) ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।  ମୋଟ ୮ଟି ସ୍ଥାନରେ ଚଢାଉ ଜାରି ରହିଛି।

    ଚଢାଉ ହେଉଥିବା ୮ ସ୍ଥାନରୁ ଭୁବନେଶ୍ୱରରୁ ୪ଟି ସ୍ଥାନ ରହିଛି। ଚଢ଼ାଉ ସମୟରେ ଯନ୍ତ୍ରୀଙ୍କର ଅନେକ ଗୁଡ଼ିଏ ପ୍ଲଟ୍ ଓ ଫ୍ଳାଟ ଥିବା ସୁରାକ ପାଇଛି ଭିଜିଲାନ୍ସ। ଖଣ୍ଡଗିରି ଆଇଗଣିଆ ଅଞ୍ଚଳରେ ୩ ତାଲା ବିଲ୍ଡିଂ,ପାତ୍ରପଡ଼ା ଅଞ୍ଚଳରେ ଥିବା ଏକ ଫ୍ଲାଟ୍, ଖଣ୍ଡଗିରି ଶପିଂ ପ୍ଲାଜାରେ ଥିବା କନସଲଣ୍ଟାସି ବ୍ୟବସାୟ, ନୟାପଲ୍ଲୀ ଅଞ୍ଚଳରେ ଥିବା ତ୍ରିବେଣୀ ଅଟୋ ଟେକ୍ସ ପ୍ରାଭେଟ୍ ଲିମିଟେଡ୍‌ରେ ଏକ ପ୍ଲଟ୍, କେନ୍ଦ୍ରପଡ଼ାରେ ଥିବା ତାଙ୍କ ପୈତୃକ ଘର, କେନ୍ଦ୍ରାପଡ଼ାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର,  ଉଦଳାରେ ଥିବା RWSS ଅଫିସ ଓ ସରକାରୀ ଭବନରେ ଚଢ଼ାଉ କରାଯାଇଛି।

    ଏହି ଚଢାଉରେ ଜଣେ ‌ଅତିରକ୍ତ ଏସ୍‌ପିଙ୍କ ନେତୃତ୍ବରେ ୫  ଇନ୍ସପେକ୍ଟର, ଜଣେ ଏସଆଇ, ୧୧ଏଏସ୍‌ଆଇ ଓ ପୁଲିସ୍‌ ଟିମ୍ ସାମିଲ ହୋଇଛନ୍ତି। ଭିଜିଲାନ୍ସ ଏଯାବତ୍ ଯନ୍ତ୍ରୀଙ୍କ ବିଭିନ୍ନ ସ୍ଥାନ ଉପରେ ଚଢାଉ କରି ମୋଟ କେତେ ସମ୍ପତ୍ତିର ସୁରାକ ପାଇଛି ତାହା ସ୍ପଷ୍ଟ ହୋଇନ ଥିବା ବେଳେ କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ଥିବା ଏକ ପ୍ରକାର ଜଣାପଡିଛି।

  • ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ

    ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ। ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ ସହକାରୀ ଯନ୍ତ୍ରୀ ମାନସ ସାମଲ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରୁଛି।  ଯନ୍ତ୍ରୀଙ୍କ ଅଫିସ ସମେତ ମୋଟ୍ ୬ଟି ସ୍ଥାନରେ ଚଢାଉ ଚାଲିଛି। ଭୁବନେଶ୍ୱର ଅଫିସ, କଟକ, ଜଟଣୀ, କୁଜଙ୍ଗରେ ବି ରେଡ୍ ଜାରି ରହିଛି।

  • ଲଘୁ ଖଣିଜ ଟେଣ୍ଡର ଫିକ୍ସିଙ୍ଗରେ ଭିଜିଲାନ୍ସ ତଦନ୍ତ

    ମାଲକାନଗିରି: ମାଲକାନଗିରି ଲଘୁ ଖଣିଜ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ ମାମଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ତଦନ୍ତ। ମାଲକାନଗିରି ଖୋଳତାଡ କରୁଛି କଟକ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ। ଏହି ଟେଣ୍ଡର ଫିକ୍ସିଂ ପ୍ରକ୍ରିୟାରେ ସଂପୃକ୍ତ ଅଧିକାରୀଙ୍କୁ ପଚରାଉଚରା କରୁଛନ୍ତି। ଜୁନ୍ ୨୦୨୧ରେ ତତ୍କାଳିନ ଜିଲ୍ଲାପାଳ ୟେଦୁଲା ବିଜୟ, ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନୀକୁ ଅହତେୁକ ଅନୁକମ୍ପା ଦେଖାଇ ଜିଲ୍ଲାର ଅନେକ ଲଘୁ ଖଣି ଖଦାନ ଟେକି ଦେଇଥିବା ଅଭିଯୋଗ ହୋଇଥିଲା। ଲଘୁ ଖଣି ଖାଦାନର ନିଲାମି ଲାଗି ସ୍ଥାନୀୟ ତହସିଲଦାରମାନଙ୍କୁ କ୍ଷମତା ଦିଆଯାଇଥିବା ବେଳେ ଆନ୍ଧ୍ରର ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେଖାଇ ନିଜେ ଜିଲ୍ଲାପାଳ ଟେଣ୍ଡର ଆହ୍ୱାନ କରିଥିଲେ। ତିନି ଦିନ କାଳ ଟେଣ୍ଡର ବକ୍ସକୁ ନିଜ ଘରେ ରଖିଥିଲେ। ଚାଭା ବେଣୁଗୋପୋଳ ନାମକ ଏକ ଠିକାଦାରଙ୍କୁ ସହଯୋଗ କରାଯାଇଥିବା ଅଭିଯୋଗ ହୋଇଥିଲା। ଏବଂ ଏହି ସମୟରେ ବେଣୁଗୋପାଳଙ୍କ ବିଡ୍ ଡକ୍ୟୁମେଂଟକୁ ପରିବର୍ତନ କରାଯାଇଥିବା ଅଭିଯୋଗ କରିଥିଲା କଂଗ୍ରେସ। ଏନେଇ ଲୋକାୟୁକ୍ତରେ ମାମଲା ହୋଇଥିଲା। ଲୋକାୟୁକ୍ତ ଏହି ମାମଲାରେ ହସ୍ତକ୍ଷେପ କରି ଜିଲ୍ଲାପାଳଙ୍କ ବିରୋଧରେ ତଦନ୍ତ କରିବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଆବେଦନକାରୀ ଓକିଲ ନୃସିଂହ ଚରଣ ମାହାନ୍ତି। ତେଣୁ କଟକ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ମାଲକାନଗିରି ଆସି ଲଘୁ ଖଣିଜ ନିଲାମ ପ୍ରକ୍ରିୟାରେ ଜଡିତ ସମସ୍ତ ଅଧିକାରୀ, ନିଲାମଧାରୀଙ୍କୁ ପଚରାଉଚରା କରିଛି।

  • ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

    ଗଞ୍ଜାମ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ବେଗୁନିଆପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ଓଡିଶା ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି। ଶୁକ୍ରବାର ମଧ୍ୟାହ୍ବ ପ୍ରାୟ ୧ଟା ସମୟରେ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ତାଙ୍କୁ କାବୁ କରିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା। ମୋ ଗୁହାଳ ଯୋଜନାରେ ସରକାରୀ ଅର୍ଥ ଦେବାକୁ ଏହି ଅର୍ଥ ନେଉଥିଲେ।

    ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ଗୁହାଳ ଯୋଜନା କରାଯାଇଛି। ଗଞ୍ଜାମ ବେଗୁନିଆପଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଗୁହାଳ ନିର୍ମାଣ ପାଇଁ ଅର୍ଥ ରିଲିଜ କରାଇବାକୁ ମଲ୍ଲିକ ଉକ୍ତ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଦାବି କରିଥିଲେ। ଏହାକୁ ନେଇ ହିତାଧିକାରୀ ଭିଜିଲାନ୍ସରେ ଏକ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ଧରିବାକୁ ଜାଲ ବିଛାଇଥିଲା ଦୁର୍ନୀତି ନିର୍ବାଣ ସଂସ୍ଥା।

    ଶୁକ୍ରବାର ମଧ୍ୟାହ୍ନରେ ଟଙ୍କା ନେଉଥିବା ବେଳେ ସେଠାରେ ପୂର୍ବରୁ ଜଗି ରହିଥିବା ବିଭାଗର ଅଧିକାରୀ ମଲ୍ଲିକଙ୍କୁ ରେଡ ହ୍ୟାଣ୍ଡେଡ ଧରିଥିଲେ। ଏହା ପରେ ତାଙ୍କର ଦୁଇଟି ସ୍ଥାନରେ ରେଡ କରି ଖୋଳତାଡ ଚଳାଇଛି ବିଭାଗ। ଏହି ରେଡରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

    ରେଡ ପରେ ସେ କେତେ ସମ୍ପତ୍ତିର ମାଲିକ ତାହା ଜଣାପଡିବ।

  • ଭିଜିଲାନ୍ସ ଜାଲରେ ମେଡିକାଲ ସହକାରୀ କିରାଣୀ

    କଳାହାଣ୍ଡି: ଭିଜିଲାନ୍ସ ଜାଲରେ ମେଡିକାଲ ସହକାରୀ କିରାଣୀ। ମୃତ୍ୟୁ ପ୍ରମାଣ ପତ୍ର ଦେବା ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କଳାହାଣ୍ଡି ଥୁଆମୂଳ ରାମପୁରର ସରକାରୀ ମେଡିକାଲ ସହକାରୀ କିରାଣୀ ଦିବ୍ୟଜ୍ୟୋତି ମିଶ୍ର। ପାଞ୍ଚଟି ମୃତ୍ୟୁ ପ୍ରମାଣ ପତ୍ର ଦେବା ପାଇଁ ସ୍ଥାନୀୟଲୋକଙ୍କୁ ୧୮ହଜାର ଟଙ୍କା ଦାବି କରୁଥିଲେ। ହେଲେ ଆଜି ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଦିବ୍ୟଜ୍ୟୋତି। ସେପଟେ ତାଙ୍କୁ ଗିରଫ କରି ଭବାନୀପାଟଣା ଜିଲ୍ଲା କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ ।

  • ଭିଜିଲାନ୍ସ ଜାଲରେ ଲୋଇସିଂହା ଥାନା ଅଧିକାରୀ

    ଲୋଇସିଂହା: ପୋଲିସକୁ ବାନ୍ଧିଲା ପୋଲିସ । ଭିଜିଲାନ୍ସ ଜାଲରେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ  ଥାନା ଅଧିକାରୀଙ୍କୁ କାବୁ କଲା ବରଗଡ ଭିଜିଲାନ୍ସ ଟିମ୍‌ । ସିଜ ମଦ ବୋଝେଇ ଗାଡି ଛାଡିବାକୁ ଥାନାଧିକାରୀ ଏହି ଟଙ୍କା ନେଉଥିବା ବେଳେ ଜାଲରେ ଫସିଗଲେ ।

    ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅଧୀନ  କେନ୍ଦୁମୁଣ୍ଡି ଗାଁର ଜଣେ ଲାଇସେନ୍ସ ପ୍ରାପ୍ତ ମଦ ବେପାରୀ ଭାବଗ୍ରାହୀ ସାହୁଙ୍କ ମଦ ବୋଝେଇ ଗାଡିକୁ ସିଜ୍‌ କରିଥିଲେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ । ମଦ ବୋଝେଇ ଗାଡିକୁ ଛାଡିବା ପାଇଁ ଭାବଗ୍ରାହୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସଂଗ୍ରାମ ପଟ୍ଟନାୟକ । ଏନେଇ ଭାବଗ୍ରାହୀ ବରଗଡ ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ ।

    ଗତ କାଲି ବରଗଡ ଓ ସମ୍ୱଲପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ୍‌ ପୂର୍ବ ଯୋଜନା ମୁତାବକ, ଲୋଇସିଂହା ଥାନାରେ ଲାଞ୍ଚ ନେଉଥିବା ସମୟରେ ଥାନା ଅଧିକାରୀଙ୍କୁ କାବୁ କରିଥିଲେ l ଲାଞ୍ଚ ନେଉଥିବା ଟଙ୍କା କୁ ମଧ୍ୟ କାବୁ କରିଥିଲେ । ପରେ ବଲାଙ୍ଗିର ଟାଉନ ଥାନା ନିକଟରେ ଥିବା ଆଇଆଇସିଙ୍କ ସରକାରୀ  ବାସଭବନ ରେ ଛାନଭିନ କରି ଅନେକ ଦସ୍ତାବିଜ, କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍‌ ।

Back to top button