ଶ୍ରମିକ ନେତାଙ୍କ ପାଇଁ ବିଶାଳ ଶୋଭାଯାତ୍ରା

Spread the love

ପାରାଦୀପ:  ବନ୍ଦର ନଗରୀରେ ବିଶାଳ ଶୋଭାଯାତ୍ରା। ପାରାଦୀପରେ ସର୍ବଭାରତୀୟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କୁ ବିରାଟ ପଟୁଆରରେ ସ୍ବାଗତ  କରାଯାଇଛି। ଏହା କୌଣସି ରାଜନୈତିକ ଦଳ ବା  ଦଳୀୟ ବ୍ୟାନର କି କର୍ମୀଙ୍କ ର ନଥିଲା। ଏ ଶୋଭାଯାତ୍ରା ଥିଲା ଦିନ ମଜୁରିଆ , ମେହନତୀ ମଣିଷ ଓ ଶ୍ରମିକଙ୍କର ।ପାରାଦୀପ ଉପକଣ୍ଠ ଜିରୋ ପଏଣ୍ଟ ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ଆଜି ଜେନା ଙ୍କୁ ଶ୍ରମିକ ମାନେ ଅଣାଯାଇଥିବା ବେଳେ ବାଟ ତମାମ ଦୋଛକି , ପିପିଏଲ୍ ଛକ ଇଫକୋ ଛକ ଅଠରବାଙ୍କୀ ନିକଟରେ ପୁଷ୍ପ ଗୁଛ ଦେଇ ସ୍ଵାଗତ କରିବା ସହ ତାଙ୍କୁ ବଡ଼ ପଡିଆ ପୋର୍ଟ ଆଣ୍ଡ ମଜଦୁର ୟୁନିୟନକୁ ପାଛୋଟି ଆଣିଥିଲେ । ଶ୍ରମିକ ନେତା ଶ୍ରୀଯୁକ୍ତ ଜେନା ଙ୍କ ଚାରି ଦିନ କାଳ ରହଣି ମଧ୍ୟରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି  ।

ବିଭିନ୍ନ ସମୟରେ ଶ୍ରମିକ ମାନେ କମ୍ପାନୀ ମାନଙ୍କ  ଦ୍ଵାରା ଶୋଷିତ ଓ ନିର୍ଯାତିତ ହେଉଥିବା ବେଳେ ସେମାନଙ୍କ ସମସ୍ୟା ର ସମାଧାନ ପାଇଁ ପାରାଦୀପ ରେ ଡେରା ପକାଇଛନ୍ତି ଶ୍ରମିକ ମାନଙ୍କ ମସିହା ଶ୍ରୀଯୁକ୍ତ ଘନଶ୍ୟାମ ଜେନା । ବିଭିନ୍ନ କମ୍ପାନୀ ସହ ଶ୍ରମିକ ମାନଙ୍କ ସମସ୍ୟା କୁ ନେଇ ତିନି ଦିନ ଆଲୋଚନା ହେବାପରେ ଆସନ୍ତା ୨୦ ତାରିଖ ରେ ପାରାଦୀପ୍ ଜୟଦେବ ସଦନ ପଡିଆ ରେ  ବିରାଟ ସାଧାରଣ ସଭା ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।

ଶ୍ରମିକ ମାନଙ୍କ ନେତା ଯେତେବେଳେ ପାରାଦୀପ୍ ରେ ପାଦ ଦିଅନ୍ତି ସେତେବେଳେ ଶ୍ରମିକ ମାନଙ୍କ ମନୋବଳ ଦ୍ୱିଗୁଣିତ ହୋଇଯାଏ  ଓ ଅନେକ ସମସ୍ୟା ର ସମାଧାନ ମଧ୍ଯ ହେଇଯାଏ  ବୋଲି ମତ ପ୍ରକାଶ ପାଇଛି।

ସୁବ୍ରତ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *