ଆସନ୍ତା ସପ୍ତାହରେ ଆଉ ଏକ ଘୁର୍ଣ୍ଣିବଳୟ

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ଉତ୍ତର-ଓଡିଶା ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛିl ଉତ୍ତର ଓଡିଶାର ଆଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ଲଘୁଚାପର ପ୍ରଭାବ ଦେଖାଯିବl ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର ଏହି ସବୁ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ଦେଖାଦେବ। ଆଜି ଲଘୁଚାପ ପ୍ରଭାବ ଅଧିକ ରହିବ ଏବଂ ଆସନ୍ତାକାଲି ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ପ୍ରଭାବ ରହିବ। ସେପଟେ ଆସନ୍ତା ସପ୍ତାହରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛିl ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛିl କନ୍ଧମାଳ ଜିଲ୍ଲାର ବାଲିଗୁଡା ଠାରେ ସର୍ବାଧିକ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ୩୦୨ ମିମି  ରେକର୍ଡ କରାଯାଇଛିl ଗୋଟିଏ ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୨ ଟି ସ୍ଥାନରେ ଅତି ପ୍ରବଳ ଏବଂ ୧୦ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛିl

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *