ଓଲଟିଲା ଯାତ୍ରୀବାହି ବସ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Spread the love

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲ ଯାତ୍ରୀବାହି ବସ । ଅଳ୍ପକେ ବର୍ତିଲେ ଯାତ୍ରୀ। ଖୋର୍ଦ୍ଧା ବଲାଙ୍ଗିର 57 ନମ୍ବର ଜାତୀୟ ରାଜପଥରେ ଆଜି ଭୋରୁ ଭୋରୁ ଏକ ବସ୍ଦୁର୍ଘଟଣା ଘଟିଛି। ଫୁଲବାଣିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ରାଜା କିଙ୍ଗ ଫିସର ନାମକ ଯାତ୍ରୀ ବାହୀବସ ରାତି 3ଟା ସମୟରେ ବେଗୁନିଆ ବାଘମାରି ରାସ୍ତାର ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଓଲଟି ପଡ଼ିଛି। ତେବେ ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଥିବାରୁ ସେମାନେ ବସ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି। ତେବେ ଏହି ଦୁର୍ଘଟଣାରେ କାହାର ବିଶେଷ କିଛି କ୍ଷତି ହୋଇ ନ ଥିବା ବେଳେ ସାମାନ୍ୟ ଆହତ ଥିବା ଯାତ୍ରୀ ମାନଙ୍କୁ ଖୋର୍ଦ୍ଧା ମେଡିକାଲ ପଠାଇଥିବା ସୂଚନା ମିଳିଛି। ଅନ୍ୟପଟେ ଖବର ପାଇ ବେଗୁନିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା  ଜଣାପଡିଛି। ତେବେ କେଉଁ କାରଣରୁ ବସଟି ଓଲଟିଲା ତାହା ଏବେ ସ୍ପଷ୍ଟ ଜଣା ପଡିନାହିଁ।

Leave a Reply

Your email address will not be published. Required fields are marked *