ଗୁଜୁରାଟରେ ଭୁଶୁଡିଲା ବିଲ୍ଡିଂ ,୩ ମୃତ

ବର୍ଷାରେ ବେହାଲ ଗୁଜୁରାଟ । ପ୍ରବଳ ବର୍ଷାରେ ଉବୁଟୁବୁ ଗୁଜୁରାଟ । ବର୍ଷା ଯୋଗୁଁ ଗୁଜୁରାଟ ଦ୍ବାରକାରେ ଏକ ବିଲ୍ଡିଂ ଭୁଶୁଡି ପଡ଼ିଛି । ଏଥିରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ଏନଡିଆରଏଫ ଟିମ୍ ଗତ ରାତିରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଭଗ୍ନାବଶେଷ ତଳୁ ଏନଡିଆରଏଫ ଟିମ୍ ମୃତଦେହ ଉଦ୍ଧାର କରିବା ସହ ୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିବା ସହ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଗୁଜୁରାଟ ସୁରଟରେ ଏବେ ବି ସୁଧୁରିନି ବନ୍ୟା ସ୍ଥିତି ବର୍ଷା ଛାଡିଛି , ଦୁର୍ଦ୍ଦଶା ବଢିଛି । ଏବେ ବି ପାଣି ଘେରରେ ରହିଛନ୍ତି ଶହ ଶହ ଲୋକ ।ତଳିଆ ଅଞ୍ଚଳରେ ରାସ୍ତାଘାଟ , ଘରଦ୍ବାର ବୁଡିଛି । ରାସ୍ତାରେ ଲହଡି ଭାଙ୍ଗୁଛି ବନ୍ୟାପାଣି । ଏହାକୁ ନେଇ ଗଡି ଚଳାଚଳରେ ବାଧା ଉପୁଜୁଛି । ତେବେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନବସାରୀ ଜିଲ୍ଲାର ସମସ୍ତ ସ୍କୁଲ , କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *