ଡ୍ୟାମ ମଧ୍ୟରେ ଓଲଟିଲା ଡଙ୍ଗା , ଜଣେ ମୃତ

Spread the love

ଅନୁଗୁଳ ବନ୍ତଳା ଥାନା ଅର୍ନ୍ତଗତ ଗୁରଙ୍ଗ ଡ଼୍ୟାମରେ ଅଘଟଣ । ଚାରିଜଣ ସାଙ୍ଗ ଭୋଜି କରିବାକୁ ଡ଼ଙ୍ଗା ମାଧ୍ୟମରେ ରେ ଡ଼୍ୟାମ ମଧ୍ୟ କୁ ବୁଲିବାକୁ ଯାଇଥିଲେ। ଡ଼୍ୟାମ ମଧ୍ୟରେ ଡଙ୍ଗା ଓଲଟି ପଡିଥିଲା । ସେଥିରେ ଥିବା ଚାରି ଜଣ ସାଙ୍ଗ ମଧ୍ୟରୁ ତିନିଜଣ ସାଙ୍ଗ ସୁରକ୍ଷିତ ଫେରିଥିବା ଥିବା ବେଳେ ଆଉ ଜଣେ ସାଙ୍ଗ ପାଣିରେ ବୁଡି ଯାଇଥିଲେ। ସେମାନେ ସଙ୍ଗେ ସଙ୍ଗେ ଅନୁଗୁଳ ଦମକଳବାହିନୀକୁ ଖବର କରିଥିଲେ  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଉକ୍ତ ଯୁବକକୁ ଉଦ୍ଧାର କରିଥିଲେ କିନ୍ତୁ ସେତେବେଳକୁ ଯୁବକ ଜଣକ ମୃତ୍ୟୁ ବରଣ କରିସାରିଥିଲେ । ମୃତକ ଯୁବକଙ୍କର ନାମ ପାର୍ଥସାରଥୀ ଗୋଛାୟତ, ବୟସ ୨୭, ତାଙ୍କ ଘର ଅନୁଗୁଳ ବଂଅରପାଳ ବ୍ଲକ ଗୁତୁମରା ଗ୍ରାମର ବୋଲି ଜଣାପଡିଛି। ବର୍ତମାନ ଯୁବକଙ୍କ ମୃତ ଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *