ରାୟଗଡା : ଆଲୁମୁନିୟାମ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ବିଦ୍ୟାଳୟ ଭିତରେ ପଶିଲା। ଯାହାଫଳରେ ବିଦ୍ୟାଳୟ ପାଚେରୀ ଭାଙ୍ଗି ଦୁର୍ଘଟଣା ଗ୍ରସ୍ତ ହେଲା ଟ୍ୟାଙ୍କର। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅଧୀନରେ ଥିବା ଗତିଗୁଡା ଆଶ୍ରମ ବିଦ୍ୟାଳୟରେ। ସୂଚନା ଅନୁଯାଇ ଏକ ଆଲୁମୁନିୟମ ଟ୍ୟାଙ୍କର କାକିନାଡୁରୁ ଝାରୁସୁଗୁଡା ଅଭିମୁଖେ ଯାଉଥିବା ବେଳେ ଗତିଗୁଡା ଆଶ୍ରମ ନିକଟରେ ଯାଇଥିବା ୩୨୬ ନମ୍ବର ରାଜପଥରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଗ୍ରସ୍ତ ଗାଡି ଭିତରେ ଡ୍ରାଇଭର ଚାପିହୋଇ ରହିଥିବା ବେଳେ ବିଷମ କଟକ ପୁଲିସ ପହଁଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ବିଷମକଟକ ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ରକୁ ପଠେଇବା ସହ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ କରୁଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now