ଅସ୍ଥି ବିସର୍ଜନ କରି ଫେରୁଥିବା ବେଳେ ଚାଲିଗଲା ୪ ଜୀବନ

Spread the love

ରାୟପୁର: ଛତିଶଗଡର କବୀରଧାମ ଜିଲ୍ଲାରେ ଏକ ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଗାଡିଟି ୪୦ ଫୁଟ ତଳକୁ ଏକ ଖାଇକୁ ଖସିପଡିବାରୁ ଏହି ଦୁଃଖଦ ଘଟଣା ଘଟିଛି। ସମସ୍ତ ଆହତଙ୍କର ଚିକିତ୍ସା ବେମେତାରା ହସ୍ପିଟାଲରେ ଚାଲିଛି।

କବୀର ଧାମ ଜିଲ୍ଲାର ପୋଲମି ଅନ୍ତର୍ଗତ କୁକଡୁର ଥାନା ଅଧୀନରେ ଆସୁଥିବା ଅଗରପାନି ଉପତ୍ୟାକା ନିକଟରେ ଗୁରୁବାର ମଧ୍ୟରାତ୍ରୀରେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀ ସୂଚନା ଦେଇଛନ୍ତି।  ଗାଡିରେ ଡ୍ରାଇଭର ସମେତ ମୋଟ ୮ ଜଣ ଥିଲେ।

ଏସମ୍ପର୍କରେ ଏଏସପି ମନିଶ ଠାକୁର ସୂଚନା ଦେଇଛନ୍ତି କି, ଘଟଣାସ୍ଥଳରେ ୩ ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳାଙ୍କର ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି। ଡ୍ରାଇଭର ଓ ଅନ୍ୟ ତିନିଜଣ ଆହତ ହୋଇ ଚିକିତ୍ସିତ ଅଛନ୍ତି। ସମସ୍ତ ବ୍ୟକ୍ତି ଏକ ପରିବାରର ଥିଲେ ଓ ସେମାନେ ଆଲାହାବାଦରୁ ଅସ୍ଥି ବିସର୍ଜନ କରି  ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଡ୍ରାଇଭରର ଖାମଖିଆଲ ଡ୍ରାଇଭିଂ ପାଇଁ ଦୁର୍ଘଟଣା ହୋଇଥିବା କହିଛନ୍ତି ଅଧିକାରୀ।

Leave a Reply

Your email address will not be published. Required fields are marked *