ଶ୍ରମିକଙ୍କ ଉପରେ ମାଡିଗଲା ବସ, ୪ ମୃତ

Spread the love

ନୋଇଡା: ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ ବସ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୭ ଆହତ ହୋଇଛନ୍ତି। ୭ ଜଣ ଶ୍ରମିକଙ୍କ ଉପରେ ବସଟି ଚଢିଯିବାରୁ ଏହି ଅଘଟଣ ଘଟିଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛନ୍ତି। ବସ ଧକ୍କାର ସମ୍ମୁଖୀନ ହୋଇଥିବା ସମସ୍ତ ଶ୍ରମିକ ହିରୋ ମୋଟର୍ସ କମ୍ପାନୀର  ଥିବା ପୁଲିସ ଗୁରୁବାର ସୂଚନା ଦେଇଛି।

ପୁଲିସ ସୂଚନା ମୁତାବକ, ବାଦଲପୁର ପୁଲିସ ଥାନା ଅଧୀନ ନୋଇଡା ଡିପୋରୁ ଆସୁଥିବା ବସ ଧକ୍କାରେ ହିରୋ ମୋଟର୍ସ କମ୍ପାନୀର ତିନି ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଅନ୍ୟ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ୭ ଶ୍ରମିକଙ୍କୁ ଧକ୍କା ଦେବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ପୁଲିସ ବସକୁ ସିଜ କରିବା ସହ ଡ୍ରାଇଭରର ଖୋଜା ଜାରି ରଖିଛି।

Leave a Reply

Your email address will not be published. Required fields are marked *