କେରଳର ଆଲାପୁଜାଠାରେ ଗତକାଲି ରାତିରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ପାଞ୍ଚଜଣ ମେଡିକାଲ ଛାତ୍ର ତାଙ୍କ ଜୀବନ ହରାଇଛନ୍ତି। ଏବଂ ଆଉ ଦୁଇଜଣ ଛାତ୍ର ଗୁରୁତର ଅଛନ୍ତି। ଘଟଣାଟି ବିଳମ୍ୱିତ ରାତିରେ ଘଟିଛି। ଯାହା ଜଣାପଡୁଛି ବସଟିର ଗତି ତ୍ରୀବ୍ର ଥିବାରୁ ଏହି ଦୁର୍ଘଟଣା ଘଟିଛି।
ପ୍ରତ୍ୟେକ୍ଷ ଦର୍ଶିଙ୍କ କହିବା ଅନୁସାରେ, ଘଟଣାଟି ହୃଦୟବିଦାରକ ଥିଲା। ବସଟି ଆଖି ପିଛୁଳାକେ ଆସି କାର ଉପରେ ଚଢିଯାଇଥିଲା। ଯାହାଫଳରେ କାରଟି ବସ ତଳେ ଚାପି ହୋଇଯାଇଥିଲା। ଏବଂ ସେଥିରେ ଥିବା ୭ଜଣ ମେଡିକାଲ ଛାତ୍ର ଆହାତ ହୋଇଥିଲେ। ପାଞ୍ଚଜଣଙ୍କର ତ ଘଟଣା ସ୍ଥଳରେ ହି ମୃତ୍ୟୁ ହୋଇଯାଇଥିଲା। ବସରେ ଥିବା ଯାତ୍ରୀ ମଧ୍ୟ ଆହତ ହୋଇଥିବାର ଖବର ମିଳିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now