ପଟିଆ ଛକ ନିକଟ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ…

Spread the love

ଭୁବନେଶ୍ୱର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । କେ.କେ ପ୍ଲାଜା ନାମକ ଆପାର୍ଟମେଣ୍ଟର ଅଷ୍ଟମ ମହଲାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଏହା ଚାରିଆଡ଼େ ବ୍ୟାପିବାକୁ ଲାଗିଲା। ଉକ୍ତ ଫ୍ଲାଟଟି ଦୀର୍ଘ ଦିନ ହେଲା ତାଲା ପଡ଼ିଥିବାରୁ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥିରେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ଚାରିଆଡ଼େ ଧୂଆଁ ଖେଳି ଯାଇଥିବାରୁ କିଛି ଲୋକ ଅଣନିଶ୍ୱାସୀ ହୋଇ ପଡ଼ିଥିବା ଅଭିଯୋଗ କରିଛନ୍ତି। ଅଗ୍ନିକାଣ୍ଡ ଯୋଗୁ ଆପାର୍ଟମେଣ୍ଟ ତଥା ଆଖପାଖ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।  

Leave a Reply

Your email address will not be published. Required fields are marked *