ମନାଲି ଚଣ୍ଡିଗଡ ରାଜପଥରେ ଦୁର୍ଘଟଣା: ଜଣେ ମୃତ୍ୟୁ, ୪୧ ଆହତ

Spread the love

ବିଳାସପୁର: ହିମାଚଳ ପ୍ରଦେଶର ବିଳାସପୁର ନିକଟସ୍ଥ ଜାବଲିର ଠାରେ ଘଟିଛି ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪୧ ଜଣ ଆହାତ ହୋଇଛନ୍ତି ।

ପୋଲିସ ସୂଚନା ଅନୁସାରେ ହରିଆଣାରୁ ମନାଲି ଅଭିମୁଖେ ଯାଉଥିବା ଏକ ଟୁରିଷ୍ଟି ବସ HR 38 AB 0007 ମନାଲି-ଚଣ୍ଡିଗଡ ଜାତୀୟ ରାଜପଥରେ ଓଲଟି ପଡିଥିଲା । ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହାତଙ୍କୁ ଉଦ୍ଧାର କରି, ବିଲାସପୁର ଆଞ୍ଚଳିକ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ଯାତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଧିକ ଗୁରୁତର ହୋଇ ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଆଣ୍ଡ ରସର୍ଚ୍ଚକୁ (PGI) ସ୍ଥାନାନ୍ତରିତ ହୋଇଥିବା କହିଛନ୍ତି ପୋଲିସ ଅଧିକାରୀ ।

Leave a Reply

Your email address will not be published. Required fields are marked *