ଅସୁସ୍ଥ କଂଗ୍ରେସର ପୂର୍ବତନ ସଭାପତି

Spread the love

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଅସୁସ୍ଥ। ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୬ ବର୍ଷୀୟା ସୋନିଆଙ୍କୁ ଜ୍ବର ହେବାକୁ ଗୁରୁବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ସୋନିଆଙ୍କ ଚିକିତ୍ସା କରୁଥିବା ଡା ଡିଏସ ରାଣା କହିଛନ୍ତି କି, ସୋନିଆ ବର୍ତ୍ତମାନ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ନଜରରେ ରହିଛନ୍ତି। ତେବେ ବର୍ତ୍ତମାନ ତାଙ୍କ ସ୍ଥିତି ସ୍ଥିର ରହିଛି।

ଏହା ପୂର୍ବରୁ ଜାନୁଆରୀ ୫ ତାରିଖରେ ମଧ୍ୟ ଭାଇରାଲ ଇନଫେକ୍ସନ କାରଣରୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସୋନିଆ ଗାନ୍ଧୀ ବର୍ତ୍ତମାନ ଆଡମିଟ ହୋଇଥିବା ବେଳେ ପୁଅ ରାହୁଲ ଗାନ୍ଧୀ ୭ ଦିନିଆ ବ୍ରିଟେନ ଗସ୍ତରେ ଯାଇଛନ୍ତି। ମଙ୍ଗଳବାର କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ସେ ସ୍ପିଚ ଦେବାର କାର୍ଯ୍ୟକ୍ରମ ଥିଲା। ସେଠାରେ ସେ ଦେଶରେ ବିରୋଧ ଦଳ ନେତାଙ୍କ ସମସ୍ୟା ଓ ଲୋକତନ୍ତ୍ରୀର ଅବନତି ସମ୍ପର୍କରେ କହିଛନ୍ତି।

ରାହୁଲ କହିଥିଲେ କି, ମୋର ଫୋନ ଉପରେ ରହିଛି ନଜର। ଭାରତରେ ବିପକ୍ଷ ନେତାଙ୍କ ବିରୋଧରେ ହେଉଛି କାର୍ଯ୍ୟାନୁଷ୍ଠାନ। ଭାରତରେ ବିରୋଧୀ ନେତାଙ୍କ ଉପରେ ରହିଛି ଚାପ। ଆମକୁ ଏବେ ଏମିତି ସ୍ଥିତିରେ ରହିବାକୁ ହେଉଛି।

Leave a Reply

Your email address will not be published. Required fields are marked *