ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି । ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି । ଏନେଇ ଗୁଜରାଟ ବିଜେପି ସଭାପତି ସି.ଆର୍ ପାଟିଲ ସ୍ପଷ୍ଟ କରିଛନ୍ତି । ଏହି ବିମାନଟି ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନବନ୍ଦରରୁ ଲଣ୍ଡନ ଯାଉଥିଲା। ରୂପାନୀ ତାଙ୍କ ଝିଅକୁ ଭେଟିବାକୁ ଲଣ୍ଡନ ଯାଉଥିଲେ। ତାଙ୍କ ମୃତ୍ୟୁରେ ଗୁଜରାଟ ବିଜେପି ମୁଖ୍ୟ ସି.ଆର. ପାଟିଲ ଶୋକ ପ୍ରକାଶ କରିଛନ୍ତି। ସି.ଆର. ପାଟିଲ କହିଛନ୍ତି ଯେ ସେ ତାଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ, ସେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଭଗବାନ ତାଙ୍କ ଆତ୍ମାକୁ ମଧ୍ୟ ଶାନ୍ତି ଦିଅନ୍ତୁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now