ଶୋଭାଯାତ୍ରା ବେଳେ ବାଣ ବିସ୍ଫୋରଣ: ୧ ମୃତ

Spread the love

ନୂଆଦିଲ୍ଲୀ: ଦିଲ୍ଲୀର ଗ୍ରେଟର ନୋଏଡା ଅଞ୍ଚଳରେ ଏକ ଇ ଅଟୋ ରିକ୍ସାରେ ବିସ୍ଫୋରଣ ଘଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୋମବାର ଜଗନ୍ନାଥ ଯାତ୍ରା ବେଳେ ଆତସବାଜି ହେଉଥିବା ବେଳେ ବାଣ ଭର୍ତ୍ତି ଅଟୋ ଉପରେ ଏକ ନିଆଁ କଣିକା ପଡିଥିଲା ଓ ବିସ୍ଫୋରଣ ହୋଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ମୁତାବକ, ଇ-ରିକ୍ସାରେ ପ୍ରସେସନ ପାଇଁ ବାଣ ଭର୍ତ୍ତି ହୋଇଥିଲା। ପ୍ରସେସନ ବେଳେ ଏକ ଅଗ୍ନି କଣିକା ରିକ୍ସାରେ ପଡି ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଯାଇଥିଲେ। ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମଙ୍ଗଳବାର ଦିନ ଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ପରେ ପ୍ରସେସନକୁ ସେଠାରେ ବନ୍ଦ କରିଥିଲା ପୁଲିସ। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି।

ଭିଡିଓରେ ଦେଖିବାକୁ ମିଳୁଛି କି, ଦାଦ୍ରି ଅଞ୍ଚଳର ଏକ ଦୋକାନ ସମ୍ମୁଖରେ କିଛି ଲୋକ ଠିଆ ହୋଇଥିଲେ। କିଛି ସମୟରେ ସେଠାରେ ଇ-ରିକ୍ସାଟିଏ ଦେଖିବାକୁ ମିଳିଥିଲେ। ସବୁ କିଛି ସାଧାରଣ ଥିବା ବେଳେ ହଠାତ୍ ଇରିକ୍ସାରେ ଥିବା ଏକ ବାଣ ପେଟି ଫାଟି ଯାଇଥିଲା, କେହି କିଛି ବୁଝିବା ପୂର୍ବରୁ ବାଣ ସବ ଗୋଟି ପରେ ଗୋଟିଏ ଫୁଟିଉଠିଥିଲା।

ରିକ୍ସାଟି ଇଲେକ୍ଟ୍ରି ଚାଲିତ ହୋଇଥିବାରୁ ତାହା ମଧ୍ୟ ଉଠିଯାଇଥିଲା ଉପରକୁ। ସମଗ୍ର ଅଞ୍ଚଳ ଘନ ଧୁଆଁରେ ଭରିଯାଇଥିଲା। ଫଳରେ କିଏ ଜୀବନ ବିକଳରେ ଦୋକାନ ଭିତରକୁ ଧାଇଁ ଥିଲା ତ ପୁଣି କିଏ ଏଣେ ତେଣେ ଧାଇଁଥିଲେ। ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା।

ନୋଏଡା ଏଡିସିପି ଟ୍ବିଟ କରି କହିଛନ୍ତି କି, ଜଗନ୍ନାଥ ଶୋଭାଯାତ୍ରା ଆନୁଷ୍ଠିତ ହୋଇଥାଏ ଦାଦ୍ରୀ ଅଞ୍ଚଳରେ ଯାକଜମକରେ ହୋଇଥାଏ। ୨୭ ତାରିଖରେ ଏହି ଶୋଭାଯାତ୍ରା ବାହାରି ଥିବା ବେଳେ କିଛି ଲୋକ ବାଣ ଫୁଟାଉଥିଲେ। ଗୋଟିଏ ବାଣ ରିକ୍ସା ଉପରେ ପଡିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ବାଣ ପରିଚାଳନା କରୁଥିବା ସଲମାନ ଓ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ।   

Leave a Reply

Your email address will not be published. Required fields are marked *