ବାରିପଦା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଦୁଇ ଯୁବଙ୍କ ମୃତଦେହ ଉଦ୍ଧାର

ବାରିପଦା ମୋରଡା ଥାନା ଡାଙ୍ଗରବିଲା ରାସ୍ତା କଡ଼ ବିଲରୁ ଏକ ବାଇକ ଏବଂ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର। ସୂଚନାଅନୁଯାୟୀ, ବିଳମ୍ୱିତ ରାତିରେ ପ୍ରବଳ ବର୍ଷା ହେଉଥିବାରୁ ବାଇକ ଚାଳକ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିବା ଫଳରେ ଏଭଳି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଦୁର୍ଘଟଣା ଘଟିଥିବା ସ୍ଥାନଟି ଏକ ନିଛାଟିଆ ଜାଗା ହୋଇଥିବାରୁ କାହାରି ନଜର ପଡ଼ିନଥିଲା। ତେବେ ସକାଳୁ ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ଚିତ୍ରଡା ଫାଣ୍ଡିକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବହିନୀଙ୍କ ସହାୟତାରେ ପାଣିରେ ପଡ଼ିଥିବା ଦୁଇ ଜଣଙ୍କ ମୃତଦେହକୁ ଉଦ୍ଧାର କରି ସ୍ଥାନୀୟ କିଷାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡିଛି । ତେବେ ମୃତକ ଦୁଇ ଜଣଙ୍କ ପରିଚୟ ମିଳିଥିବା ବେଳେ ବାଇକକୁ ଜବତ କରି  ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *