ବାଣ ଗୋଦାମରେ ନିଆଁ, ୪ ମୃତ, ୭ ଆହତ

Spread the love

ଭୋପାଲ: ମଧ୍ୟପ୍ରଦେଶର ମୁରେନାସ୍ଥିତ ଏକ ବାଣ ଗୋଦାମରେ ବିସ୍ଫୋରଣ। ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ରହିଛନ୍ତି ୨ ଶିଶୁ। ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବାଣ ଗୋଦାମଟି ମୁରେନାର ବାନମୋର ନଗରର ଜେତପୁର ରୋଡରେ ରହିଛି।

ଗୁରୁବାର ଦିନ ୧୧ଟା ସମୟରେ ଗୋଦାମରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ଗୋଦାମ ଥିବା ଦୁଇ ମହଲା ଘର ଭୁଶୁଡି ପଡିଥିଲା। ଏହି କୋଠାରେ ଆହୁରି ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ବାହାର କରିବା କାର୍ଯ୍ୟରେ ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି। ପୁଲିସ ଏସପିଙ୍କ ସହ ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳର ମାଇନା କରିଛନ୍ତି। କିପରି ଗୋଦାମରେ ବିସ୍ଫୋରଣ ହେଲା ତାର ଯାଞ୍ଚ ଚାଲିଛି।

ଯେଉଁଭଳି ଭାବେ କୋଠା ଭୁଶୁଡି ପଡିଛି ତାକୁ ଦେଖି ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି। ଘର ତଳେ ବାଣ ଗୋଦାମ ରହିଥିଲା। ଗୋଦାମଟି ବାନମୌର ନିବାସୀ ବ୍ୟବସାୟୀ ନିର୍ମଳ ଜୈନଙ୍କର ଥିବା ଜଣାପଡିଛି। ଏହି କୋଠାରେ ଥିବା ଜମିଲ ଖାନଙ୍କ ପରିବାରର ଜମିଲଙ୍କ ପତ୍ନୀ ଓ ଜଣେ ଶିଶୁର ମୃତ୍ୟୁ ହୋଇଛି। ଆଉ ଜଣେ ଶିଶୁ ଓ ଜଣେ ବୟସ୍କଙ୍କର ମୃତ୍ୟୁ ହୋଇଛି। କୋଠାର ଭଗ୍ନାଂଶରୁ ଜଣେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି।A

Leave a Reply

Your email address will not be published. Required fields are marked *