ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

Spread the love

ଇଟାନଗର: ଭାରତୀୟ ସ୍ଥଳସେନାର ଏକ ଚିତା ହେଲିକପ୍ଟର ଗୁରୁବାର ଅରୁଣାଚଳ ପ୍ରଦେଶର ବୋମଡିଲା କ୍ଷେତ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଣ୍ଡଲା ପାର୍ବତ୍ୟାଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସେନା ପକ୍ଷରୁ ଦିଆଯାଇଛି ସୂଚନା।

ଗୌହାଟି ସେନା ପିଆରଓ ଲେପ୍ଟନାଣ୍ଟ କର୍ଣ୍ଣନ ମହେନ୍ଦ୍ର ରାୱତ କହିଛନ୍ତି କି, ଗୁରୁବାର ପୂର୍ବାହ୍ନ ୯ଟା ୧୫ରେ ଚାଳକଙ୍କର ସମ୍ପର୍କ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ସହ ବିଚ୍ଛିନ୍ନ ହୋଇଥିଲା। ଦୁର୍ଘଟଣା ପରେ ସେହି ଅଞ୍ଚଳରେ ପାଇଲଟଙ୍କ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି।  ଅଧିକ ସୂଚନା ପାଇଁ ଅପେକ୍ଷା ରହିଛି।

ସୂଚନାଯୋଗ୍ୟ, ପୂର୍ବରୁ ୧୩ ଇଣ୍ଡିଆନ ଏୟାର ଫୋର୍ସର କର୍ମଚାରୀଙ୍କ ମୃତ୍ୟୁ ୨୦୧୯ ଜୁନ ୩ରେ ହୋଇଥିବା ଏନ-୩୨ ବିମାନ ଦୁର୍ଘଟଣାରେ ହୋଇଥିଲା। ବିମାନ ଆସାମର ଜୋହାଟରୁ ଉଡାଣ ଭରିଥିଲା। ୮ ଦିନର ସର୍ଚ୍ଚ ଅପରେସନ ଜାରି ରହିଥିଲା ଓ ଏଥିରେ ବହୁ ସଂସ୍ଥା  ନିୟୋଜିତ ହୋଇଥିଲେ। ବିମାନର ଭଗ୍ନାବଶେଷ ଏମଆଇ-୧୭ ହେଲିକପ୍ଟର ଦ୍ବାର ଠାବ କରାଯାଇଥିଲା। ଜୁନ ୨୦ରେ ଜୀବିତ କର୍ମଚାରୀଙ୍କୁ ଦୁର୍ଘଟଣାଗ୍ରସ୍ତ ସ୍ଥାନରୁ ଉଦ୍ଧାର କରାଯାଇଥିଲା।

Leave a Reply

Your email address will not be published. Required fields are marked *