ବନ୍ୟା ଦୁର୍ଦ୍ଦଶାକୁ ନେଇ ବର୍ଷିଲା ବିଜେପି

Spread the love

ଭୁବନେଶ୍ୱର: ବନ୍ୟା ଦୁର୍ଦ୍ଦଶାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ସରକାର ବନ୍ୟା ଜଳ ପରିଚାଳନା ଓ ରିଲିଫ ବଣ୍ଟନରେ ବଡ଼ ଭୁଲ କରିଛନ୍ତି ବୋଲି ପ୍ରେସମିଟ ଜରିଆରେ ଅଭିଯୋଗ କରିଛି ବିଜେପି। ତେଣୁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ମଣିଷ ପଣିଆ ନାହିଁ ବୋଲି କହିଛନ୍ତି ମନମୋହନ ସାମଲ। ବିଭିନ୍ନ ବନ୍ୟାଞ୍ଚଳ ବିଜେପି ଟିମ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସମସ୍ୟା ନେଇ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଅଭିଯୋଗ ପତ୍ର ଦେଇଛି ବିଜେପି ଟିମ।

Leave a Reply

Your email address will not be published. Required fields are marked *