ତେଲେଙ୍ଗାନା: ବାଣ ଅଘଟଣରେ ୧୦ ଗୁରୁତର

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଦୀପାବଳି କାଳରେ ଦୁର୍ଘଟଣା ଘଟି ୧୦ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ଦିନ ଦୀପାବଳି କାଳରେ ବାଣ ଫୁଟାଉଥିବା ବେଳେ ଏହି ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ କିଛି ଶିଶୁ ମଧ୍ୟ ଥିବା ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ମେହଦିପାନମସ୍ଥିତ ସରୋଜିନୀ ଦେବୀ ଆଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟ ଜଣେ ଡାକ୍ତର ଜନବି ବେଗମ କହିଛନ୍ତି ଦୀପାବଳି ଦିନ ଆମନିକଟକୁ ବାଣ ଜନିତ ୩ଟି ମାମଲା ଆସିଥିବା ବେଳେ ମଙ୍ଗଳବାର ଦିନ ୧୦ଟି ମାମଲା ଆସିଛି। ୪ ଜଣଙ୍କ ସ୍ଥିତି ଗୁରୁତର ରହିଛି। ସେମାନଙ୍କ ମଧ୍ୟରୁ ଜଣେ ପିଲା ଆଖି ହରାଇଛି ଓ ଅନ୍ୟ ତିନି ଜଣଙ୍କର ଅପରେସନ ଚାଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *