ବିବାହ ଭୋଜିରେ ବିସ୍ଫୋରଣ, ୫ ମୃତ

Spread the love

ଜୟପୁର: ରାଜସ୍ଥାନର ଯୋଧପୁରରେ ଗୁରୁବାର ଏକ ବିବାହ ଅବସରରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଅଧିକାରୀଙ୍କ ମୁତାବକ, ଯେଉଁଠି ବିବାହ ଭୋଜି ହେଉଥିଲା ସେଠାରେ ଥିବା ଗ୍ୟାସ ସିଲିଣ୍ଡରରେ ଜୋରଦାର ବିସ୍ଫୋରଣ ହୋଇଛି। ବିବାହ ହେଉଥିବା ଘରର ଏକ ଅଂଶ ଭୁଶୁଡି ପଡିଛି ବିସ୍ପୋରଣରେ। ଅନେକ ଲୋକଙ୍କ ସ୍ଥିତି ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ରାଜସ୍ଥାନର ଯୋଧପୁରରୁ ପ୍ରାୟ ୬୦ କିଲୋମିଟର ଦୂର ଭୁଙ୍ଗଡା ଗାଁରେ ଏକ ବିବାହ ଚାଲିଥିଲା।  ଗୁରୁବାର ରାତିରେ ଭୋଜି ପାଇଁ ଆସିଥିବା ଏକ ସିଲିଣ୍ଡର ବିସ୍ଫୋରଣ ହୋଇ ନିଆଁ ତୁରନ୍ତ ବ୍ୟାପିଜିବା ସହ ବିସ୍ଫୋରଣରେ ବିବାହ ଆୟୋଜନ ହେଉଥିବା ଘରର ଏକ ଅଂଶ ଭୁଶୁଡି ପଡିଛି। ଫଳରେ କିଛି ଲୋକ କାନ୍ଥ ତଳେ ଫସିବା ସହ ନିଆଁରେ ମଧ୍ୟ କିଛି ଜଳି ଯାଇଛନ୍ତି।

ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ୫୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ  ୧୨ ଜଣ ଗୁରୁତର ଭାବେ ଜଳି ଯାଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ଏମଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜିଲ୍ଲାପାଳ ହିମାଂଶୁ ଗୁପ୍ତା କହିଛନ୍ତି। ସେ କହିଛନ୍ତି, ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା। ବିସ୍ଫୋରଣ ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସ୍ଥିତି ଉପରେ ନଜର ରଖିବା ସହ ଆଜି ସଂଧ୍ୟା ସୁଦ୍ଧା ଆହତଙ୍କ ମଧ୍ୟରୁ ଅନେକଙ୍କୁ ହସ୍ପିଟାଲରୁ ହିସ୍‌ଚାର୍ଜ କରାଯାଇ ପାରେ ବୋଲି ଆଶା କରୁଛନ୍ତି।     

Leave a Reply

Your email address will not be published. Required fields are marked *