ସମସ୍ତ ଯାତ୍ରୀ ମୃତ- ଶବ ଚିହ୍ନଟ ଲାଗି ଡିଏନଏନ ନମୂନା ଦେବାକୁ ଅପିଲ୍

ବିମାନରେ ଥିବା ଆଉ କେହି ଯାତ୍ରୀ ଜୀବିତ ନାହାନ୍ତି। ଶବ ଏମିତି ଜଳିଯାଇଛି ଯେ, ଚିହ୍ନିବା ମୁସ୍କିଲ ହୋଇପଡ଼ୁଛି। ସେଥିଲାଗି ଗୁଜରାଟ ସ୍ୱାସ୍ଥ୍ୟ ସଚିବ ଧନଞ୍ଜୟ ଦ୍ୱିବେଦୀ ଅପିଲ୍ କରିଛନ୍ତି ଯେ, ଶବ ଚିହ୍ନଟ ଲାଗି ମୃତକଙ୍କ ପରିବାରକୁ ଡିଏନଏ ଟେଷ୍ଟ କରିବାକୁୁ। ଏହା ସହ ସିଭିଲ ହସ୍ପିଟାଲ ଛାତ୍ରଙ୍କ ହଷ୍ଟେଲ, ଷ୍ଟାଫ କ୍ୱାର୍ଟର ଓ ଅନ୍ୟ ଆବାସିକ ଅଞ୍ଚଳ ବିମାନ ଦୁର୍ଘଟଣାରୁ ବିପୁଳ କ୍ଷତି ହୋଇଛି। ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗମ୍ଭୀର ଥିବା ସତ୍ତ୍ୱେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ବିଜେ ମେଡିକାଲ କଲେଜରେ ଡିଏନଏ ପରୀକ୍ଷା ଲାଗି ବ୍ୟବସ୍ଥା ହୋଇଛି। ବିମାନ ଯାତ୍ରୀଙ୍କ ନିକଟ ସମ୍ପର୍କୀୟ ଓ ଛୁଆଙ୍କୁ ସେମାନଙ୍କ ଡିଏନଏ ସାମ୍ପୁଲ ଦେବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ସଚିବ। ଯାହା ଫଳରେ ପୀଡ଼ିତଙ୍କୁ ଚିହ୍ନିହେବ। ଶବ ଚିହ୍ନଟ ଲାଗି ଡିଏନଏ ସାମ୍ପୁଲ ମଗାଯାଇଛି। ମୃତକଙ୍କ ପରିଚୟ ଚିହ୍ନଟ ଲାଗି ଏବେ ନିହାତି ଜରୁରୀ ହୋଇପଡ଼ିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *