ଶ୍ରାଦ୍ଧ କାର୍ଯ୍ୟ ବେଳେ ବୁଡି ଗଲେ ୨ ଭାଇ

ଶ୍ରାଦ୍ଧ କାର୍ଯ୍ୟବେଳେ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଗଲେ ୨ ଯୁବକ । ଏହି ଦୁଇ ୨ ଯୁବକଙ୍କ ମୃତ୍ୟୁ ଘଟିଛି ।, ଅଗ୍ନିଶମ ବିଭାଗ ଦ୍ୱାରା ମୃତଦେହ ଜବତ କରାଯିବା ସହ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ମୃତକଙ୍କ ପରିଚୟ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର ରାଜ କିରଣ ଶତପଥି ବୟସ(୨୩), ଓ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରପୁରମର ନାଳନୀକାନ୍ତ ତ୍ରିପାଠୀ ବୟସ (୨୭) l ସୂଚନା ଅନୁଯାୟୀ ଉଭୟ ସମ୍ପର୍କରେ ୨ ଭାଇ l ରାଜ କିରଣଙ୍କ ଜେଜେ ମାଙ୍କ ଶ୍ରାଦ୍ଧ ପାଇଁ 9ଜଣ ପୁରୀ ଆସି  ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ ବେଳେ ରାଜ କିରଣ ଓ ନଳନୀକାନ୍ତ ଆଜି ସକାଳ 9ଟାରେ ବୁଡି ଯାଇଥିଲେ l ପରିବାର ଲୋକମାନେ କୁମ୍ଭାରପଡା ଥାନାରେ ଜଣାଇଥିଲେ l ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନରେନ୍ଦ୍ର ପୁଷ୍କରିଣୀରୁ ଆଜି ଅପରାହ୍ନ ସାଢେ ୧ଟାରେ ଦୁଇଜଣଙ୍କ ମୃତଦେହ ଜବତ କରି ମେଡିକାଲ ଆଣିଥିଲେ l ଶବ ବ୍ୟବଚ୍ଛେଦପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *