ରାଜସ୍ଥାନର ବିକାନେରରୁ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଭାରୋତ୍ତୋଳନରେ ଜାତୀୟ ଚାମ୍ପିଅନ୍ ୧୭ ବର୍ଷୀୟା ୟସ୍ତିକା ଆଚାର୍ଯ୍ୟଙ୍କ ଜିମ୍ରେ ଅଭ୍ୟାସ କରୁଥିବା ସମୟରେ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବା କହିଛି ପୁଲିସ। ଟ୍ରେନିଂ ସମୟରେ, ୨୭୦ କିଲୋଗ୍ରାମର ଏକ ରଡ୍ ୟସ୍ତିକାଙ୍କ ବେକ ଉପରେ ପଡ଼ିଥିଲା, ଯାହା ଫଳରେ ତାଙ୍କ ବେକ ଭାଙ୍ଗି ଯାଇଥିଲା।ପୁଲିସ କହିଛି ଯେ, ଜୁନିଅର ନ୍ୟାସନାଲ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପାୱାରଲିଫ୍ଟର ୟସ୍ତିକାଙ୍କ ମୃତ୍ୟୁ ହୋଇଛି। ଅଭ୍ୟାସ ସମୟରେ ତାଙ୍କ ବେକରେ ୨୭୦ କିଲୋଗ୍ରାମ ରଡ୍ ପଡ଼ିଯିବାରୁ ତାଙ୍କର ବେକ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ପରେ ତୁରନ୍ତ ଆଚାର୍ଯ୍ୟଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମଙ୍ଗଳବାର ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ୟସ୍ତିକା ଭାରୋତ୍ତୋଳନ କରୁଥିବାର ଦେଖାଯାଉଛି। ପ୍ରଶିକ୍ଷକମାନେ ପଛରେ ଠିଆ ହୋଇଛନ୍ତି। ଓଜନ ଉଠାଇବା ସମୟରେ ସେ ହଠାତ୍ ଭାରସାମ୍ୟ ହରାଇ ବସିଥିଲେ ଏବଂ ରଡ୍ ତାଙ୍କ ବେକ ଉପରେ ପଡ଼ିଗଲା। ତେବେ ପରିବାର ପକ୍ଷରୁ ଏ ଘଟଣାକୁ ନେଇ କୌଣସି ମାମଲା ରୁଜୁ କରାଯାଇନଥିଲା ବେଳେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now