ଖାଲରେ ପଡ଼ି ବାଇକ ଆରୋହୀଙ୍କ ଜୀବନ ଗଲା- ଦିଲ୍ଲୀ ଜନକପୁରୀରେ ଜଳବୋର୍ଡର ଅବହେଳା

ଗାତରେ ପଡ଼ି ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ଦିଲ୍ଲୀର ଜନକପୁରୀର ଯୋଗିନ୍ଦର ସିଂହ ମାର୍ଗରେ ଦିଲ୍ଲୀ ଜଳବୋର୍ଡ ପକ୍ଷରୁ ଚାଲିଥିବା କାମ ପାଇଁ ଖୋଳାଯାଇଥିଲା ଗାତ। ଆଉ ଗୁରୁବାର ଏହି ଗାତରେ ପଡ଼ିଯାଇଥିଲେ। ଏହି ମୃତ୍ୟୁ ମାମଲାରେ ୩ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ନିଲମ୍ୱିତ ଅଧିକାରୀ ହେଲେ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଜେଇ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ସରକାର। ଏଥିଲାଗି ଦାୟୀ ଏଜେନ୍ସି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିଲାଗି କିଏ ଦାୟୀ, ସେଥିଲାଗି ଦିଲ୍ଲୀ ଜଳବୋର୍ଡ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ଏହି କମିଟି ୨୪ ଘଣ୍ଟା ଭିତରେ ଦେବ ରିପୋର୍ଟ। ମନ୍ତ୍ରୀ ପ୍ରବେଶ ବର୍ମା କହିଛନ୍ତି, ଏହି ରାସ୍ତାରେ ୩ ମାସ ହେଲା କାମ ଚାଲୁଥିଲା। ଦୁଇ ପଟେ ଶହେ ମିଟର ଦୂରରେ ବାରିକେଡ୍ ବି ଲଗାଯାଇଥିଲା। ଗଲା ୨ ଦିନ ହେଲା ଏଠାରେ ବଡ଼ ଗାତ ଖୋଳାଯାଇଥିଲା। ଏହି ଲେନରେ କୌଣସି ଟ୍ରାଫିକ୍ ବି ନଥିଲା। ହେଲେ ଗୁରୁବାର ରାତିରେ ଯେଉଁ ଘଟଣା ଘଟିଲା, ତାହା ଦୁର୍ଭାଗ୍ୟଜନକ।  ଦିଲ୍ଲୀ ଜଳବୋର୍ଡକୁ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି, ଏହା ଦୁର୍ଘଟଣା ନୁହେଁ, ହତ୍ୟା। ମୃତ ଯୁବକଙ୍କ ନାଁ କମଲ। କମଲଙ୍କ ପରିବାର କହିବା କଥା, ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଛି। ଦିଲ୍ଲୀ ଜଳବୋର୍ଡର ଅବହେଳାକୁ ଦାୟୀ କରିଛନ୍ତି। ଗୁରୁବାର ବିଳମ୍ୱିତ ରାତିରେ ରୋହିଣୀସ୍ଥିତ ନିଜ ଅଫିସରୁ ଘରକୁ ଫେରୁଥିଲେ କମଳ। କିନ୍ତୁ ଅଧିକ ବିଳମ୍ୱ ହେବାରୁ ତାଙ୍କୁ ଖୋଜିଥିଲେ ପରିବାର ଲୋକେ। ରାତିତମାମ ଖୋଜିବା ସତ୍ତ୍ୱେ କୌଣସି ସନ୍ଧାନ ପାଇନଥିଲେ। ଆଉ ସକାଳ ସାଢ଼େ ୭ଟାରେ ତାଙ୍କ ଶବ ମିଳିଥିବା ଖବର ପାଇଥିଲେ। କମଳଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗିଦେଇନି ତ ବୋଲି ଆଶଙ୍କା ବି କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *