ଟାୟାର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ତିରୁବନନ୍ତପୁରମ: କେରଳର ପଲାକ୍କାଦ ସହରରେ ଥିବା ଏକ ଟାୟାର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ଗୁରୁବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ୧.୫ କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ସୂଚନା। ଅଗ୍ନିକାଣ୍ଡ ଏତେ ପ୍ରଖର ଥିଲା କି, ନିଆଁ ଓ ଧୂଆଁ ବହୁ ଦୂର ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା।  ଏହି ଦୁର୍ଘଟଣା ମଞ୍ଜୁକୁଲାମ ଚର୍ଚ୍ଚ ରାସ୍ତାରେ ଥିବା ବିସ୍ମି ଟାୟାରର ଗୋଦାମରେ ହୋଇଥିଲା। ଆଖ ପାଖରେ ଅଳିଆଗଦାର ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି।

ନିଆଁ ଲାଗିବା ସୂଚନା ମିଳିବା ପରେ ଘଟଣାସ୍ଥଳକୁ ୧୭ ୟୁନିଟ ଅଗ୍ନିଶମ ଗାଡି ଯାଇ ନିଆଁ ଲିଭାଇବାରେ ଲାଗିଥିଲେ ଓ ଦୀର୍ଘ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଉପରେ ନିୟନ୍ତ୍ରଣ ମିଳିଥିଲା। ଏହି ଅଗ୍ନିକାଣ୍ଡକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଏଥିରେ ୧.୫ କୋଟି ଟଙ୍କାର ଟାୟାର ନଷ୍ଟ ହୋଇଥିବା କୁହାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *