ମେକ୍ସିକୋ ଇମିଗ୍ରେସନ ଡିଟେନ୍ସନ ସେଣ୍ଟରରେ ଅଗ୍ନିକାଣ୍ଡ

Spread the love

ମେକ୍ସିକୋ ସିଟି: ମେକ୍ସିକୋରେ ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୩୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆମେରିକା ସୀମା ନିକଟବର୍ତ୍ତୀ ଉତ୍ତର ମେକ୍ସିକୋର ଏକ ଇମିଗ୍ରେସନ ଡିଟେନ୍ସନ ସେଣ୍ଟରରେ ସୋମବାର ବିଳମ୍ବିତ ରାତିରେ  ନିଆଁ ଲାଗିଯାଇଥିଲା। 

ଇମିଗ୍ରେସନ ଡିଟେନ୍ସନ ସେଣ୍ଟରରେ ନିଆଁ ଲାଗିବା ଖବର ମିଳିବା ପରେ ଘଟଣାସ୍ଥଳକୁ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି, ପୁଲିସ ଭ୍ୟାନର ଧାଡି ଛୁଟିଥିଲା। କଳା ଧୂଆଁରେ ସମଗ୍ର ଅଞ୍ଚଳ ଆଚ୍ଛାଦିତ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ୩୯ ଜଣଙ୍କ ମୃତ୍ୟୁର ସୂଚନା ମିଳିଥିବା ବେଳେ ୨୯ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସେଣ୍ଟରରେ କେନ୍ଦ୍ର ଓ ଦକ୍ଷିଣ ଆମେରିକାର ୬୮ ଜଣ ସାବଳକଙ୍କୁ ରଖାଯାଇଥିଲା।

ଅଗ୍ନିକାଣ୍ଡ ପରେ ମେକ୍ସିକୋ ଆଟର୍ନି ଜେନେରାଲଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। କୁଇଡାଡ ଜୁଆରେଜର ସଂଯୁକ୍ତ ଉପମୁଖ୍ୟ ଆଣ୍ଡ୍ରିଆ ଚେଭେଜ ମଙ୍ଗଳବାର ଟ୍ବିଟ କରି ଏହି ଅଗ୍ନିକାଣ୍ଡ ପାଇଁ ଶୋକ ବ୍ୟକ୍ତ କରିଛନ୍ତି।  ଏଥିସହ ମୃତକଙ୍କ ପ୍ରବାସୀଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଅଗ୍ନିକାଣ୍ଡର ଫଟୋ ଓ ଭିଜୁଆଲରେ ମୃତଦେହର ବ୍ୟାଗ ସବୁ ଧାଡିହୋଇ ରହିଥିବା ଦେଖିବାକୁ ମିଳିଛି। କୁହାଯାଉଛି, ଏହି ସେଣ୍ଟରରେ ଅଧିକାଂଶ ଭେନେଜୁଆଲାର ଅଧିବାସୀ ଥିଲେ।  

Leave a Reply

Your email address will not be published. Required fields are marked *