ଅହମ୍ମଦାବାଦରେ ଭୟାବହ ଅଗ୍ନିକାଣ୍ଡ

Spread the love

()ଗୁଜୁରାଟର ଅହମ୍ମଦାବାଦରେ ଭୟାବହ ଅଗ୍ନିକାଣ୍ଡ । ଶନିବାରେ ଅହମ୍ମଦାବାଦ ଶାହିବାଗ ଗିରିଧର ନଗର ସର୍କଲସ୍ଥିତ  ଏକ ଆବାସିକ କୋଠାରେ ନିଆଁ ଲାଗିଯାଇଥିଲା। କୋଠାର  ସପ୍ତମ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି।

ଶନିବାର ପୂର୍ବାହ୍ନରେ ଶାହିବାଗସ୍ଥିତ ଏକ ଆବାସିକ କୋଠାର ୭ମ ମହଲାରେ ନିଆଁ ଲାଗିଯାଇଥିଲା।  ଏ ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ତୁରନ୍ତ ନିଆଁ ଲିଭାଇବା ସହ ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲା । ଅଗ୍ନିଶମ ବାହିନୀ ଦ୍ବାରା ଜଣେ ୧୫ ବର୍ଷର ବାଳିକା ସମେତ ୫ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ବାଳିକାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କୋଠାରେ ନିଆଁ ଲାଗିବା ବେଳେ ବାଳିକାଟି ବାଲକୋନିରେ ଠିଆହୋଇଥିଲେ। ତେଣୁ ବାହାରକୁ ବାହାରିବା କଷ୍ଟକର ହୋଇପଡିଥିଲା। ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ବେଳେ ତାଙ୍କ ସ୍ଥିତି ଗୁରୁତର ଥିଲା ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମୃତ୍ୟୁ ହୋଇଛି।  

ଅଗ୍ନିଶମ ଅଧିକାରୀଙ୍କ  ସୂଚନା ଅନୁସାରେ ୧୧ଟି ଅଗ୍ନିଶମ ଗାଡି ସାହାଯ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ।  କିପରି ନିଆଁ କୋଠାରେ ଲାଗିଲା ତାର କାରଣ ଏପର୍ଯ୍ୟନ୍ତ ଜଣାପଡିନି । ଏହାର ତଦନ୍ତ ଆରମ୍ଭ ହୋଇଯାଇଛି। ତେବେ ସର୍ଟସର୍କିଟ ବା ରୁମ ହିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *