କୁଏତରେ ଅଗ୍ନିକାଣ୍ଡ : ୨ ଓଡ଼ିଆଙ୍କ ମୃତ୍ୟୁ

Spread the love

କୁଏତରେ ଭୟାବହ ଅଗ୍ନିକାଣ୍ଡ ଘଟଣା। ୨ ଓଡ଼ିଆଙ୍କ ମୃତ୍ୟୁ। ସେମାନେ ହେଲେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼। ମହମ୍ମଦ ଜହୁରଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ମହମ୍ମଦ କୌରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜହୁରଙ୍କ ଘର କଟକ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁରେ। ଜହୁର କୁଏତରେ ୨୦୧୭ ମସିହାରୁ ଲାବରୋଟାରୀ ଟେକନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ। ମୃତ୍ୟୁ ଖବର ଶୁଣି ପୁରା ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି । ସେପଟେ ସନ୍ତୋଷଗୌଡ଼ଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।

ତେବେ ଆଜି ୨ ଓଡ଼ିଆଙ୍କ ସମେତ ଭାରତୀୟଙ୍କ ମୃତଦେହ ସ୍ବଦେଶରେ ପହଞ୍ଚିବ। ମୃତକଙ୍କ ଭିତରେ କେରଳର ସର୍ବାଧିକ ୨୦ ଜଣ ଅଛନ୍ତି। ଏହି ଅଗ୍ନିକାଣ୍ଡରେ ମୋଟ୍ ୪୯ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଅଛନ୍ତି ୪୫ ଭାରତୀୟ। ବୁଧବାର ଦକ୍ଷିଣ କୁଏତର ମଙ୍ଗାଫ ସହରର ଏକ ୬ ମହଲା କୋଠାରେ ନିଆଁ ଲାଗିଥିଲା। ରୋଷେଇ ଘରେ ନିଆଁ ଲଗିବା ପରେ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ସମୟରେ ସେହି ବିଲ୍ଡିଂରେ ପ୍ରାୟ ୧୯୬ ଜଣ ଶ୍ରମିକ ରହୁଥିଲେ। ପରେ ନିଆଁ ଅତି ଜୋରେ ବ୍ୟାପି ଯାଇଥିଲା । ଫଳରେ ଶ୍ରମିକମାନେ ବାହାରି ପାରିନଥିଲେ ।

Leave a Reply

Your email address will not be published. Required fields are marked *