ମାଛ ଧରିବା ହେଲା କାଳ: ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ

Spread the love

ମୟୁରଭଞ୍ଜ ଜିଲ୍ଲା ଗଡିଆ ପଞ୍ଚାୟତ ଫୁଟୁକିଶୋଳ ଗାଁରେ ଅଘଟଣ। ମାଛ ଧରିବାକୁ ଯାଇ ଚାଙ୍ଗୁଆ ବନ୍ଧରେ ବୁଡି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଫୁଟିକିଶୋଳ ଗାଁର ଲକ୍ଷ୍ମଣ ମହାକୁଡ଼। ସୂଚନା ମୁତାବକ, ଗତକାଲି ଲକ୍ଷ୍ମଣ ଚାଙ୍ଗୁଆ ବନ୍ଧକୁ ମାଛ ଧରିବା ପାଇଁ ଯାଇ କୌଣସି କାରଣବଶତଃ ପାଣିରେ ବୁଡି ଯାଇଥିଲେ। ସକାଳେ ତାଙ୍କ ମୃତଦେହ ଭାସୁଥିବାର ଦେଖି ଗ୍ରାମବାସୀମାନେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ। ତେବେ ଚିତ୍ରଡା ଫାଣ୍ଡି ଅଧିକାରୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *