ସିଲିଣ୍ଡର ବିସ୍ଫୋରଣ; ୪ ମୃତ

ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲ୍ଲାର ବିକ୍ରମପୁର ଗାଁରେ ଅଭାବନୀୟ ଘଟଣା। ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ୪ଜଣ ମହିଳାଙ୍କ ଘଟଣା ସ୍ଥଳରେ ମତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଲୋକ ଗୁରୁତର ଅଛନ୍ତି। ଗୁରୁତର ଆହାତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୃତକଙ୍କ ଖଣ୍ଡବିଖଣ୍ଡିତ ଶରୀର ଏଣେତେଣେ ପଡିଥିଲା। ସେଥିପାଇଁ ମୃତଦେହକୁ ଚିହ୍ନିବା କଷ୍ଟସାଧ୍ୟ ହୋଇପଡିଛି।

 ସୂଚନା ଅନୁଯାୟୀ, ବିକ୍ରମପୁର ଗାଁର ଏକ ଘରେ ଝିଅ ବାହାଘର ଥାଏ। ବିବାହର ଗୋଟିଏ ଦିନ ପୂର୍ବରୁ ଘରେ ବନ୍ଧୁବାନ୍ଧବଙ୍କ ମେଳି ଜମିଥାଏ। ମହିଳାମାନେ ରୋଷେଇ କାମ କରୁଥାନ୍ତି। ଏହି ସମୟରେ ସିଲିଣ୍ଡରର ରେଗୁଲେଟର ଲିକ୍ କାରଣରୁ  ହୋଇଗଲା ବିସ୍ଫୋରଣ । ସେଠାରେ ରୋଷେଇ କରୁଥିବା ୪ଜଣ ମହିଳାଙ୍କର ମୃତ୍ୟୁ ହୋଇଥିଲା। ମୃକମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟ ମଧ୍ୟ ରହିଛନ୍ତି। ବିସ୍ଫୋରଣରେ ଘରେ ଥିବା ଅଧାରୁ ଅଧିକ ଲୋକ ଜଳି ଯାଇଛନ୍ତି। ଆହାତ ଓ ଗୁରୁତର ହୋଇଥିବା ଲୋକମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ସମବେଦନା ଜଣାଇବା ସହ ମୃତକଙ୍କ ଆତ୍ମାର ଶାନ୍ତି ପ୍ରାର୍ଥନା କରିଛନ୍ତି। ଏଥିସହ ଆହାତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *