ରଙ୍ଗ ରୁଟ୍ରେ ଗାଡ଼ି ଚଲାଇ ନେଇଗଲେ ବାଇକ ଆରୋହୀଙ୍କର ଜୀବନ। ଚାଲିଗଲା ଅକ୍ଷତଙ୍କ ଜୀବନ। ହରିଆଣାର ଗୁରୁଗ୍ରାମରେ ଗୁରୁବାର ଦ୍ରୁତ ଗତିରେ ବାଇକ ଆରୋହୀ ଅକ୍ଷତ ଆସୁଥିଲା ବେଳେ ରଙ୍ଗ ସାଇଡରେ ଆସୁଥିବା ଏସୟୁଭି ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ଜୀବନ ଚାଲିଯାଇଥିଲା। ରଙ୍ଗରୁଟରେ ଏସୟୁଭି ଗାଡ଼ି ଚଳାଉଥିଲେ କୁଲଦୀପ ଠାକୁର। ଯାହାଙ୍କର ଲାଇସେନ୍ସ ବି ନଥିଲା। ତା ସତ୍ତ୍ୱେ ତାଙ୍କୁ ଥାନାରୁ ଜାମିନ୍ ଦେଇଛି ପୁଲିସ। ଗୁରୁଗ୍ରାମରେ ଦୁର୍ଘଟଣା ଲାଗି ରଙ୍ଗ ରୁଟ୍ ଡ୍ରାଇଭିଂକୁ ଦାୟୀ କରାଯାଉଛି। କିନ୍ତୁ ରଙ୍ଗରୁଟରେ ଅନେକ ଥର ଯାଇ କୁଲଦୀପଙ୍କର ଚାଲାଣ କଟିଛି। କୁଲଦୀପ ଅଭ୍ୟାସଗତ ରଙ୍ଗରୁଟ ଡ୍ରାଇଭିଂ କରନ୍ତି। ରାତିରେ ଦ୍ରୁତଗତିରେ ଯାଉଥିବା ବାଇକ ଆରୋହୀ ଅକ୍ଷତ ଗର୍ଗ ରଙ୍ଗରୁଟରେ ଆସୁଥିବା ଏସୟୁଭିକୁ ଧକ୍କା ଦେଇଥିଲେ। ଟକ୍କର ଏତେ ଜୋରରେ ହୋଇଥିଲା ଯେ, ଗାଡ଼ିରୁ ଛିଟିକି ସଡ଼କରେ ପଡିଥିଲେ ଅକ୍ଷତ। ଆମ୍ୱୁଲାନ୍ସ ଘଟଣାସ୍ଥଳରେ ଜଲଦି ପହଞ୍ଚିଥିଲେ ବି ଅକ୍ଷତଙ୍କ ମୃତ୍ୟୁ ହୋଇସାରିଥିଲା। ଏହାର ଭିଡିଓ ଏବେ ପଦାକୁ ଆସିଛି। କୁଲଦୀପଙ୍କୁ ଘଟଣାସ୍ଥଳରୁ ଗିରଫ କରିବା ପରେ ଜାମିନରେ ଛାଡ଼ିଦେଇଛି ପୁଲିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now