ପାଳଲହଡା : ନୂତନ ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ, ଗ୍ରାମବାସୀ ଙ୍କ ବିରୋଧ

Spread the love

ପାଲଲହଡା : ନୂତନ ଭାବରେ ଅଙ୍ଗନବାଡି କେନ୍ଦ୍ର ଗୃହ କାର୍ଯ୍ୟ ନିମ୍ନ ମାନର କାର୍ଯ୍ୟ ହେଉଥିବା ର ଅଭିଯୋଗ ହୋଇଛି  । ଏମିତି କିଛି ଅଭିଯୋଗ ଆସିଛି ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ କୁରୁମୂଳା ଗାଁ ରୁ । ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ କୁରୁମୂଳା ଗ୍ରାମ ମଝିରେ ସରକାର ଙ୍କ ଏକ ଅଙ୍ଗନବାଡି କେନ୍ଦ୍ର ଥିବାବେଳେ,ଏହା ଭଗ୍ନ ଅବସ୍ଥା ରେ ଥିବାରୁ 10 ବର୍ଷ ବୁର୍ବରୁ ସେଠାରେ ଶିକ୍ଷା ଦାନ ନ ହୋଇ ଗ୍ରାମ ମୁଣ୍ଡରେ ଏକ ବନବିଭାଗ ଗୃହ ରେ ଅଙ୍ଗନବାଡି କେନ୍ଦ୍ର ଚାଲୁଥିବା ବେଳେ ଚଳିତ ବର୍ଷ ସରକାର ଙ୍କ ଦ୍ଵାରା ନୂତନ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଛି । ଏହି ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଶାସକ ଦଳ ର ସମିତି ସଭ୍ୟ ରଂଜିତ କୁମାର ବିଶ୍ୱାଳ ଅଙ୍ଗନବାଡି କାର୍ଯ୍ୟ ହାତକୁ ନେଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି ।

ଏହି ଗୃହ ଟି ଗ୍ରାମମୁଣ୍ଡ ରେ ଏକ ସରକାରୀ ସ୍ଥାନ ରେ ଯାହାକି ସେହି ଅଙ୍ଗନବାଡି ଗୃହ ନିର୍ମାଣ ସ୍ଥଳ ନିକଟରେ ଏକ ବିରାଟ ପୋଖରୀ ଥିବାରୁ ସେଠାରେ ଅଙ୍ଗନବାଡି ଗୃହ ନିର୍ମାଣ କୁ କୁରୁମୂଳା ଗ୍ରାମବାସୀ ପୂର୍ବରୁ  ଅନ୍ୟତ୍ର କରିବା ପାଇଁ ପ୍ରଶାସନ କୁ ଜଣାଇ ଥିଲେ । ମାତ୍ର ସମିତି ସଭ୍ୟ କାହା କଥାକୁ ଖାତିରି ନକରି କଳ ବଳ କୈଶଳ କରି ବା ତାଙ୍କ ଚାପରେ ସେହି କାର୍ଯ୍ୟ କରିବାକୁ ଅନୁମତି ମିଳିଥିଲା ଓ ତାହା ମଧ୍ୟ ଆରମ୍ଭ କରିଥିବା ଜଣାପଡିଛି । ସମସ୍ତ ନିତିନିୟମ କୁ ଉଲଘଂନ କରି ମାତ୍ର 2 ଫୁଟ ରୁ 3 ଫୁଟ ର ଗାତ କରି ବାଲି ନ ପକାଇ କଂକ୍ରିଟ ଢାଳି କଂକ୍ରିଟ କଲମ କମ ଭାଗ ମାପରେ ଅତି ନିମ୍ନ ମାନର କରୁଥିବା ରୁ ଏହାକୁ କୁରୁମୂଳା ଗ୍ରାମ ର14 ଓ 15 ନମ୍ବର ୱାର୍ଡ ବାସି ଘୋର ବିରୋଧ ମଧ୍ୟ କରିଥିଲେ । ଗ୍ରାମବାସୀଙ୍କ କହିବା ଅନୁଯାଇ ନୂତନ ଗୃହ ନିର୍ମାଣ ସ୍ଥଳ କୁ ପରିବର୍ତନ କରିବା ପାଇଁ ତହସିଲଦାର ଓ ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ଦେଖାକରି ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଆମ କଥା କେହି ଶୁଣି ନଥିବା ଓ ପୁନର୍ବାର ସେହି ସ୍ଥାନରେ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ସମିତି ସଭ୍ୟଙ୍କୁ ଅନୁମତି ଦେଇଛନ୍ତି ଓ ଅତି ନିମ୍ନ ମାନର କାର୍ଯ୍ୟ କରୁଥିବା କ୍ଷୋଭର ସହ ପ୍ରକାଶ କରୁଛନ୍ତି । ଅନ୍ୟ ପକ୍ଷ ରେ ନିକଟରେ ଏକ ବିରାଟ ବନ୍ଧ ଥିବା ଓ ନିର୍ମାଣ ସ୍ଥଳ ର ଉପର ପଟରେ ବର୍ଷା ଦିନରେ ପାହାଡ଼ ପାଣି ରୋକିବା ପାଇଁ ଏକ ମାଟି ବନ୍ଧ ଥିବାରୁ ରୁ ଛୋଟ ଛୋଟ ଛୁଆ ଙ୍କ ପ୍ରତି ବିପଦ ଥିବା ବେଳେ କିପରି ଅଙ୍ଗନବାଡି ଗୃହ ନିର୍ମାଣ କରିବା ପାଇଁ ସ୍ଥାନ ଚୟନ କରାଗଲା ତାହା ଶାସକ ଦଳ ର ନେତା ଖୋଦ ଠିକାଦାରୀ କାର୍ଯ୍ୟ କରୁଥିବା ବେଳେ ପ୍ରଶାସନ ଓ ଶାସକ ଦଳର ଠିକାଦାର ନେତା ଜଣଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରେ କାର୍ଯ୍ୟ ହେଉଥିବା ଗାଁ ଲୋକେ ସିଧାସଳଖ ଅଭିଯୋଗ କରିଛନ୍ତି ।

ପୂର୍ବରୁ ଗ୍ରାମ ମଧ୍ୟ ସ୍ଥଳ ରେ ଥିବା ପୁରୁଣା ଅଙ୍ଗନବାଡି ଗୃହ କୁ ଭାଙ୍ଗି ନୂତନ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ନିଷ୍ପତି ନେଇଥିବା ବେଳେ ଶାସକ ଦଳ ର ସମିତି ସଭ୍ୟ ପୁରୁଣା ଘର କୁ ଭାଙ୍ଗିବାକୁ ପଡିବ ବାହାନା ଦେଖେଇ ଜୋର ଜବରଦସ୍ତ ବନ୍ଧ ନିକଟରେ ନୂତନ ଅଙ୍ଗନବାଡି ଗୃହ ନିର୍ମାଣ ଆରମ୍ଭ କରୁଥିବା ରୁ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି ଗୃହର କାର୍ଯ୍ୟାଦେଶ ଥିବା କନିଷ୍ଠ ଯନ୍ତ୍ରୀ ମହେଶ୍ୱର ବେହେରା ଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନଥିଲେ ଏ ବିଷୟ ରେ ପାଲଲହଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବାଡା ଙ୍କୁ ପଚାରିବାରୁ ଜାଗା ପାଇଁ ଗ୍ରାମବାସୀ ଙ୍କ ଲିଖିତ ଅଭିଯୋଗ ଆସିଛି ଓ ତହସିଲଦାର ନୂତନ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ସେହି ସ୍ଥାନ ଦେଇଥିବା ପ୍ରକାଶ କରିଛନ୍ତି ଓ ମୁଁ କନିଷ୍ଟ ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିବା ପରେ ଘଟଣା ସ୍ଥଳ କୁ ଯାଇ ତଦାରଖ କରିବି, ଯଦି ନିମ୍ନ ମାନର କାର୍ଯ୍ୟ ହେଉଥିବ ଠିକାଦାର ଙ୍କ ବିଲ ବନ୍ଦ କରିଦିଆ ଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟ ପକ୍ଷ ରେ ଏହାର ତଦନ୍ତ ପାଇଁ ଗାଁ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *