କାର୍ ଉପରେ ଖସିପଡ଼ିଲା ହେଲିକେପ୍ଟର। ଟେକ୍ନିକାଲ ତୃଟି ଲାଗି ପାଇଲଟ ବାଧ୍ୟ ହୋଇ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲେ। ଏକ ପ୍ରାଇଭେଟ୍ ହେଲିକେପ୍ଟର ୬ ଯାତ୍ରୀଙ୍କୁ ନେଇ କେଦାରନାଥ ଯାଉଥିଲା। ରୁଦ୍ରପ୍ରୟାଗର ଗୁପ୍ତକାଶୀ ପାଖରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ହୋଇଥିଲା। ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ୱର ସୁରକ୍ଷିତ ଅଛନ୍ତି। କ୍ରେଷ୍ଟେଲ ଏଭିଏସନ ପ୍ରାଇଭେଟ୍ ଲିମିଟେଡ ର ହେଲିକେପ୍ଟର ଯାତ୍ରୀଙ୍କୁ ନେଇ ସିରସିରୁ ଉଡ଼ାଣ ଭରିଥିଲା। କିନ୍ତୁ ଯାନ୍ତ୍ରିକ ତୃଟିରୁ ରାସ୍ତା ଉପରେ ହିଁ ଜରୁରୀକାଳୀନ ଅବତରଣ କରିଥିଲା। ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ଡିଜିସିଏକୁ ସୂଚନା ଦିଆଯାଇଛି। କାରଟି ପୁରା କ୍ଷତିଗ୍ରସ୍ତ ହୋଇଛି। ହାଇଓ୍ୱେରେ ହିଁ ହେଲିକେପ୍ଟର ଏମର୍ଜେନ୍ସି ଲ୍ୟାଣ୍ଡିଂ ପରେ ଉତ୍ତରାଖଣ୍ଡକୁ ହେଲିକେପ୍ଟର ସେବାରେ ବାରମ୍ୱାର ଦୁର୍ଘଟଣା ଯାତ୍ରୀଙ୍କ ଭିତରେ ଚିନ୍ତା ବଢ଼ାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now