କେଦାରନାଥରେ ଭୟଙ୍କର ଭୁସ୍ଖଳନ , ୫ଜଣ ଯାତ୍ରୀ ମୃତ୍ୟୁ

ତ୍ତରାଖଣ୍ଡରେ କେଦାରନାଥ ରାଜପଥ ନାମରେ ଜଣାଶୁଣା ସୋନପ୍ରୟାଗ-ମୁନକଟିଆ (ରୁଦ୍ରପ୍ରୟାଗ) ମଧ୍ୟରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି । ଏହି ଭୂସ୍ଖଳନରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଭଗ୍ନାବଶେଷ ମଧ୍ୟରେ ଅନ୍ୟ କେତେକ ଯାତ୍ରୀ ଦବି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି ।ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ପ୍ରଶାସନ, NDRF ଓ SDRF ଟିମ୍ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଖବର ପାଇ NDRF, SDRF ଏବଂ ସୋନପ୍ରୟାଗ ସେକ୍ଟର ମାଜିଷ୍ଟ୍ରେଟ ତୁରନ୍ତ ଉଦ୍ଧାର ପାଇଁ ପହଞ୍ଚିଥିଲେ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦ୍ରୁତ ଅପରସେନ୍ ଚଳାଇଥିଲେ । ଭଗ୍ନାବଶେଷ ଭିତରୁ ୫ ଜଣ ମୃତକ ଏବଂ ୨ ଜଣ ଆହତଙ୍କୁ ବାହାର କରାଯାଇଥିଲା । ଆହତମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସୋନପ୍ରୟାଗ ପଠାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *